କାଲିଠୁ କଟକ-ଭୁବନେଶ୍ୱରରେ ଗଡିବ ବସ୍: ସରକାରୀ କର୍ମଚାରୀଙ୍କ ସୁବଧା ପାଇଁ ବସ ଚଳାଇବେ ସରକାର; ଅଫିସ ସମୟରେ ଚଳାଚଳ କରିବ ଓଏସଆରଟିସିର ଗୋଟିଏ ବସ୍

Advertisment
ଗ୍ରୀନ ଜୋନରେ ଗଡିବ ବସ୍ ! ଅଧା ସିଟରେ ଲୋକ ଯାଉଥିବାରୁ ଦ୍ୱିଗୁଣା ବଢାଯିବ ଭଡା: ସେପଟେ ସରକାରୀ ଚାକିରିଆଙ୍କ ପାଇଁ କାଲିଠୁ ଗଡିବ ସ୍ୱତନ୍ତ୍ର ବସ, ୩୦ ଟଙ୍କା ନିଆଯିବ ଭଡା

କନକ ବ୍ୟୁରୋ: କାଲିଠୁ କଟକ ଭୁବନେଶ୍ୱରରେ ଗଡିବ ବସ୍ । ସରକାରୀ କର୍ମଚାରୀଙ୍କ ସୁବିଧା ପାଇଁ ବସ ଚଳାଇବେ ରାଜ୍ୟ ସରକାର । ଅଫିସ ସମୟରେ ଚଳାଚଳ କରିବ ଏହି ଗୋଟିଏ ବସ୍ । ସୂଚନା ଦେଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।ତେବେ ଏହି ବସରେ ଯାତ୍ରା ପାଇଁ ଦୁଇ ଗୁଣ ଭଡା ଅର୍ଥାତ ୩୦ଟଙ୍କା ଦେବାକୁ ପଡିବ । ସେହିପରି ଗ୍ରୀନ ଜୋନରେ ବସ ଗଡିବା ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି ପରିବହନ ମନ୍ତ୍ରୀ । କହିଛନ୍ତି ବିଭାଗ ପଠାଇଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛି । ଦିନେ କି ଦୁଇ ଦିନ ଭିତରେ ଏନେଇ ନିଷ୍ପତି ନିଆଯିବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି ।

ପରିବହନ ମନ୍ତ୍ରୀ କଟକ ଓ ଭୁବନେଶ୍ୱରରେ ବସ୍‌ ଗଡ଼ିବ ବୋଲି ସୂଚନା ଦେବା ସହିତ ସରକାରୀ ବସ୍‌ ସେବା କେବଳ ସରକାରୀ କର୍ମଚାରୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଉପଲବ୍ଧ କରାଉଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି। ସରକାରୀ କର୍ମଚାରୀଙ୍କ ଅଫିସ ସମୟରେ ଏହି ଗୋଟିଏ ବସ୍‌ ଚଳାଚଳ କରିବ । ଯାତ୍ରା ସମୟରେ ସରକାରୀ କର୍ମଚାରୀଙ୍କୁ ୩୦ଟଙ୍କା ଦେବାକୁ ପଡିବ । ଗ୍ରିନ ଜୋନରେ ବସ୍ ଚାଲିବା ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ ବସ୍ ଚାଲିବା ବ୍ୟବସ୍ଥା ହେଉଛି, କିନ୍ତୁ ଯାତ୍ରୀଙ୍କୁ ଦେବାକୁ ପଡ଼ିବ ଦୁଇଗୁଣା ଭଡ଼ା । ଯେହେତୁ ଅଧା ସିଟ୍‌ରେ ଲୋକ ଯିବେ, କ୍ଷତି ହ୍ରାସ ପାଇଁ ଭଡ଼ା ଦୁଇଗୁଣ ହେବ, ଭଡ଼ା ଦୁଇଗୁଣ ଦ୍ୱାରା ମାଲିକମାନେ ଆଉ କ୍ଷତିଗ୍ରସ୍ତ ହେବେନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe