ଡରାଉଛି ତାଲିବାନ୍ । ଜୀବନ ବଂଚାଇବାକୁ ଗୀତ ଗାଇବା ଛାଡି ପରିବା ବିକିଲେ ଆଫଗାନି ସିଙ୍ଗର।

211

କନକ ବ୍ୟୁରୋ: ଦିନେ ଯାହାର ଗୀତ ଶୁଣି ଶ୍ରୋତା ବାହାବା ଦେଉଥିଲେ ସେ ଭୟରେ ପାଲଟିଛନ୍ତି ପରିବା ବିକାଳି । ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେବା ପରେ ଆରମ୍ଭ ହୋଇଛି ଚର୍ଚ୍ଚା । ତାଲିବାନ୍ ଡରରେ ନେତା ମନ୍ତ୍ରୀ ଦେଶ ଛାଡି ପଳାଉଥିବାବେଳେ ସଙ୍ଗିତକାର, ଅଭିନେତାଙ୍କ କଥା ନକହିଲେ ଭଲ । କିଛି ଅଭିନେତା ଓ ସିଙ୍ଗର ଅନ୍ୟ ଦେଶକୁ ପଳାଇଥିବାବେଳେ ଅଉ କିଛି ନିଜ ଦେଶରେ ଏବେବି ରହିଛନ୍ତି । ହେଲେ ନିଜ ବୃତ୍ତିକୁ ବଳଦଳାଇ ଦେଇଛନ୍ତି । ଏହିପରି ଜଣେ ସିଙ୍ଗର ହେଉଛନ୍ତି ଏଠିକାର ଲୋକପ୍ରିୟ ସିଙ୍ଗର ହବିବୁଲ୍ଲା ସବାବ୍ । ତାଲିବାନ ଡରରେ ଗୀତ ଗାଇବା ଛାଡି ଏବେ ସେ ପରିବା ବିକୁଛନ୍ତି ।

ଦେଶରେ ଯେପରି ପରିସ୍ଥିତି ଓ ଦେଶ ଛାଡି ଯାଉଥିବା ଲୋକଙ୍କର ବିମାନବନ୍ଦରରେ ଯେପରି ସ୍ଥିତି ତାକୁ ଦେଖି ସେ ଦେଶ ଛାଡିଯିବାକୁ ଉଚିତ ମଣୁନାହାଁନ୍ତି । ବରଂ ଗୀତ ଗାଇବା ନିଶାକୁ ଛାଡି ଏବେ ପରିବା ବିକିବାକୁ ପେଶା କରିବାକୁ ବାଧ୍ୟ ହେଇଛନ୍ତି ବୋଲି କହିଛନ୍ତି ହବିବୁଲ୍ଲା ।ଦେଶରେ ଅଧିକାଂଶ ସିଙ୍ଗର ଦେଶ ଛାଡିଯିବା ତାଲିବାନଙ୍କ କଠୋର ମନୋଭାବକୁ ସ୍ପଷ୍ଟ କରୁଛି । ତେଣୁ ଆଉ କେବେବି ଗୀତ ଗାଇବେ ନାହିଁ ବୋଲି କହିଛନ୍ତି ହବିବୁଲ୍ଲା ।