ଅନୁଭବ ମହାନ୍ତିଙ୍କ ନୂଆ ଭିଡ଼ିଓକୁ ନେଇ ଚର୍ଚ୍ଚା : ଜୀବନସାଥୀ ବାଛିବାରେ ଭୁଲ କରିଥିବା କଲେ ସ୍ୱୀକାର; କହିଲେ …

2,305

କନକ ବ୍ୟୁରୋ : ଅଭିନେତ୍ରୀ ତଥା ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବିବାଦକୁ ନେଇ ଦୀର୍ଘ କିଛି ଦିନ ହେଲା ଚର୍ଚ୍ଚାରେ ଅଛନ୍ତି ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ଏବେ ଏକ ଭିଡିଓକୁ ନେଇ ସେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ।

ପ୍ରାୟ ଅଧଘଣ୍ଟା ଏହି ଭିଡିଓରେ ସେ ନିଜର ମନର କଥା କହିଛନ୍ତି । ବର୍ଷାକୁ ସେ ଭଲ ପାଇ ବାହା ହୋଇଥିଲେ । ଆଉ ଏବେ ଭିଡିଓରେ ସେ ଭଲ ପାଇ ଭୁଲ କରିଥିବା କଥା କହିଛନ୍ତି । ଅନୁଭବ କହିଛନ୍ତି, ୨୦୦୮ରେ ବର୍ଷାଙ୍କୁ ଅଧିକ ଭଲ ପାଇଥିଲି, ତାଙ୍କ ବିନା କାହା ବିଷୟରେ ଭାବିନଥିଲି । କିନ୍ତୁ ଏବେ ଭୁଲ ହୋଇଛି ।

କେବଳ ଏତିକି ନୁହେଁ ଉଭୟଙ୍କ ଘରେ ବାହାଘର ରାଜି ନଥିଲେ । ତଥାପି ବାହାଘର ହୋଇଥିଲା । ମହିଳା ବୋଲି ଯାହା କହିବେ ତାହା କଣ ଠିକ ବୋଲି ପ୍ରଶ୍ନ କରିଛନ୍ତି ଅନୁଭବ । ତାଙ୍କ କୌଣସି ଏକ ବଡ ପାୱାର ତଳିତଳାନ୍ତ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି କେନ୍ଦ୍ରାପଡା ସାଂସଦ ।

ବର୍ଷାଙ୍କ ସହ ବିବାଦକୁ ନେଇ କୋର୍ଟରେ ଏବେ ମାମଲା ଚାଲିଛି । ଏହି ସମୟରେ ଅନୁଭବ କହିଛନ୍ତି, ନ୍ୟାୟକୁ ଅପେକ୍ଷା ନ କରି ମୃତ୍ୟୁ ବାଛିନେବା ଭଲ । କିନ୍ତୁ ସେ ଏମିତି କରିବେ ନାହିଁ । ଏହି ଭିଡିଓ ପରେ ରାଜନୈତିକ ଭବିଷ୍ୟତ କ’ଣ ହେବ ଜାଣିନି, କିନ୍ତୁ ଲଢେଇ ଜାରି ରହିବ ବୋଲି କହିଛନ୍ତି ଅନୁଭବ ମହାନ୍ତି ।