ଆମେରିକା ଉପରେ ଚୀନର କଟକଣା: ପ୍ରତିରକ୍ଷା, ଜଳବାୟୁ ପରିବର୍ତନ ସହ ବାତିଲ କଲା ୮ ଚୁକ୍ତି

230

କନକ ବ୍ୟୁରୋ: ଆମେରିକା ସଂସଦର ବାଚସ୍ପତି ନାନ୍ସି ପଲୋସିଙ୍କ ତାଇୱାନ ଗସ୍ତକୁ ନେଇ ଆମେରିକା ଉପରେ କଡା କାର୍ଯ୍ୟାନୁଷ୍ଠାନ ନେଇଛି ଚୀନ । ଶୁକବାର ନାନ୍ସିଂଙ୍କ ଉପରେ କଟକଣା ଲଗାଇବା ପରେ ବେଜିଂ ଆମେରିକା ସହ କରିଥିବା ୮ଟି ଚୁକ୍ତି ବାତିଲ କରିଛି । ଏଥିରେ ପ୍ରତିରକ୍ଷା ନୀତି, ନିଶା ନିବାରଣ, ଜଳବାୟୁ ପରିବର୍ତନ ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟ ରହିଛି ।

ଆମେରିକା ଉପରେ ଚୀନର ୮ କଟକଣା
– ଆମେରିକା-ଚୀନ କମାଣ୍ଡରସ୍ତରୀୟ ଆଲୋଚନା ରଦ୍ଦ
-ବେଜିଂ-ଆମେରିକା ସହଯୋଗୀ ପ୍ରତିରକ୍ଷା ନୀତି ରଦ୍ଦ
-ଆମେରିକା-ଚୀନ ସାମୁଦ୍ରିକ ସାମରିକ ପରାମର୍ଶ ଚୁକ୍ତି ରଦ୍ଦ
– ଆମେରିକା-ଚୀନ ସହଭାଗିତାରେ ବେଆଇନ ପ୍ରବେଶ ପ୍ରତିକାର ଚୁକ୍ତି ବାତିିଲ
-ଅପରାଧୀଙ୍କ କ୍ଷେତ୍ରରେ ଆଇନଗତ ସହାୟତା ଚୁକ୍ତି ବାତିଲ
-ଅପରାଧ କ୍ଷେତ୍ରରେ କାର୍ଯ୍ୟ ଉପରେ ସହଭାଗିତା ଚୁକ୍ତି ବାତିଲ
-ନାର୍କୋଟିକ୍ସ ନିଶା ରୋକିବା ଦିଗରେ ସହଭାଗିତା ଚୁକ୍ତି ବାତିଲ
-ଜଳବାୟୁ ପରିବର୍ତନକୁ ନେଇ ଆମେରିକା -ଚୀନ ବୈଠକ ବାତିଲ

ଚୀନ ଆମେରିକା ସହ ଏସବୁ କାର୍ଯ୍ୟକ୍ରମ ବାତିଲ କରି ସ୍ପଷ୍ଟ ବାର୍ତା ଦେବାକୁ ଚାହୁଁଛି ଯେ, ଆମେରିକାର ଏଭଳି ପଦକ୍ଷେକୁ ବେଜିଂ ଗ୍ରହଣ କରିବ ନାହିଁ । କାରଣ ଚୀନର ଚେତାବନୀ ପରେ ବି ନାନ୍ସି ପଲୋସି ତାଇୱାନ ଆସିବା ସହ ସେଠାରେ ୧୮ ଘଂଟା ବିତାଇଥିଲେ ।

ନୌସନା କ୍ଷେତ୍ରରେ ଆମେରିକା-ଚୀନ ବିଶ୍ୱର ଦୁଇ ବଡ ଶକ୍ତି ଭାବେ ଗଣାହେଉଛନ୍ତି । ଚୀନ ପାଖରେ ଏବେ ୩ ଟି ବିମାନ ବାହକ ଯୁଦ୍ଧ ଜାହାଜ ତଥା ଏୟାରକ୍ରାଫ୍ଟ କ୍ୟାରିୟର ରହିଥିବା ବେଳେ ଆଉ ୪ ଟି ଏଭଳି ବଡ ବଡ ଯୁଦ୍ଧ ଜାହାଜ ନିର୍ମାଣ ଆରମ୍ଭ କରିଛି । ଆଉ ବେଜିଂ ଆମେରିକା ସହ ପ୍ରତିରକ୍ଷା କ୍ଷେତ୍ରରେ ସବୁ ଚୁକ୍ତି ବାତିଲ କରିଦେଇଥିବାରୁ ଚୀନକୁ ରୋକିବାକୁ କେହି ନାହଁନ୍ତି । ବିଶ୍ୱ ବାଣିଜ୍ୟର ପ୍ରମୁଖ ରାସ୍ତା କୁହାଯାଉଥିବା ଦଷିଣ ଚୀନ ସାଗରରେ ଚୀନ ନିଜର ନୌସେନାକୁ ଅଧିକ ଶଶକ୍ତ କରବାକୁ ଚେଷ୍ଟା ଆରମ୍ଭ କରିବ ବୋଲି କହଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ ଅନିଲ ଗୌର ।

ଯଦି ଚୀନ ତାଇୱାନ ଉପରେ ଆକ୍ରମଣ ନ କରେ ତେବେ ଏଭଳି ସମରାଭ୍ୟାସ କରି ବେଜିଂ କଣ ବାର୍ତା ଦେବାକୁ ଚାହୁଁଛି ତାକୁ ନେଇ ଦ୍ୱନ୍ଦ ସୃଷ୍ଟି ହେଉଛି । କୁହାଯାଉଛି ଏପରି କରି ଚୀନ ତାଇୱାନ ଆସିବାକୁ ଥିବା ଅନ୍ୟ ଦେଶର ରାଜନେତାମାନଙ୍କୁ ଏକ ପ୍ରକାର ଧମକ ଦେଇଛି ।