କନକ ବ୍ୟୁରୋ : ୫୦୦ ଟଙ୍କାର ଭତ୍ତା ପାଇଁ ୬ ହଜାର ଟଙ୍କା ଲାଞ୍ଚ । ବାର୍ଦ୍ଧକ୍ୟ ଭତ୍ତା କରାଇଦେବାକୁ ଲାଞ୍ଚ ନେଉଥିବା ବେଳେ ଏଏସଏସଓଙ୍କୁ ଧରିଲା ଭିଜିଲାନ୍ସ । ବ୍ରହ୍ୱପୁର ଖଲ୍ଲିକୋଟ ଅଞ୍ଚଳରୁ ଆସିଛି ଏଭଳି ଅଭାବନୀୟ ଘଟଣା । ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି ବେଗୁନିଆପଡା ବ୍ଲକର ଏଏସଏସଓ ।
ସୂଚନା ମୁତାବକ, ବେଗୁନିଆପଡା ମଠ ସରସିଙ୍ଗତ ଗାଁର ୬୫ ବର୍ଷିୟ ବୃଦ୍ଧ ଝଡ଼ିଆ ସ୍ୱାଇଁ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରିଥିଲେ । କିନ୍ତୁ ତାଙ୍କ ଭତ୍ତା ମିଳିବାରେ ବିଳମ୍ବରେ ହେବାରୁ ସେ ବ୍ଲକର ଏଏସଏସଓଙ୍କ ସହ କଥା ହୋଇଥିଲେ । ହେଲେ ଭତ୍ତା କରାଇଦେବା ପାଇଁ ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଏଏସଏସଓ । ପରେ ଏନେଇ ବୃଦ୍ଧ ଜଣଙ୍କ ଭିଜିଲାନ୍ସକୁ ସୂଚନା ଦେଇଥିଲେ । ପୂର୍ବ ଯୋଜନା ମୁତବାକ, ଆଜି ବୃଦ୍ଧ ଜଣଙ୍କ ଲାଞ୍ଚ ଟଙ୍କା ନେଇ ଏଏସଏସଓଙ୍କୁ ଦେଉଥିବା ବେଳେ ଚଢାଉ କରି ଟଙ୍କା ଜବତ କରିବା ସମ୍ପୃକ୍ତ ଅଧିକାରୀଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/05/vlcsnap-2023-05-17-14h17m52s951.jpg)