ବିବାଦ ପରେ ବଦଳିଲେ ବେଗୁନିଆ ତହସିଲଦାର । ସାରୁଅରେ ଓଟିଭିର ବେଆଇନ ନିର୍ମାଣ ପଛରେ ବେଗୁନିଆ ତହସିଲଦାରଙ୍କ ହାତ ଥିବା ନେଇ ଉଠିଥିଲା ସନ୍ଦେହ

236

କନକ ବ୍ୟୁରୋ : ବଦଳିଲେ ବେଗୁନିଆ ତହସିଲଦାର । ବେଗୁନିଆରେ ତହସିଦାର ଭାବେ କାର୍ଯ୍ୟରତ ଥିବା ବିବେକାନନ୍ଦ ପରିଡାଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର । ତାଙ୍କୁ କଟକ ଉପଜିଲ୍ଲାପାଳ କାର୍ଯ୍ୟାଳୟକୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ଖୋର୍ଦ୍ଧା ଡେପୁଟି କଲେକ୍ଟର ଥିବା ପୃଥ୍ୱୀରାଜ ମଣ୍ଡଳଙ୍କୁ ବେଗୁନିଆ ତହସିଲଦାର ଭାବେ ଦାୟିତ୍ୱ ଦିଆଯାଇଛି ।

ସାରୁଅରେ ଓଟିଭିର ବେଆଇନ ନିର୍ମାଣ ପଛରେ ବେଗୁନିଆ ତହସିଲଦାର ଥିବା ବିବେକାନନ୍ଦ ପରିଡାଙ୍କ ହାତ ଥିବା ନେଇ ସନ୍ଦେହ ଉଠିଥିଲା । ପୂର୍ବରୁ ଓଟିଭି ବିରୋଧରେ ଖୋର୍ଦ୍ଧା ବାଘମାରୀ ଥାନାରେ ଏତଲା ଦେଇଥିଲେ ସାରୁଅ ବାସିନ୍ଦା । ଓଟିଭିର ନିର୍ମାଣ କାମକୁ ବିରୋଧ କରି ଏତଲା ଦେଇଥିଲେ । ସାରୁଆବାସୀଙ୍କ ଅଭିଯୋଗ ପାଇବା ପରେ ପୋଲିସ ଆଇପିସିର ବିଭିନ୍ନ ଦଫାରେ ମାମଲା ରୁଜୁ କରିଥିଲା ।