ବେଗୁନିଆରେ ବଡ ଲଢେଇ? ନୂଆ ପ୍ରାର୍ଥୀଙ୍କ ସହ ମୈଦାନରେ ୩ ଦଳ, କାହାକୁ ବାଛିବେ ଭୋଟର

ପୂର୍ବ ନିର୍ବାଚନ ଗୁଡିକରେ ପ୍ରତି ଦଳକୁ ସୁଯୋଗ ଦେଇଛନ୍ତି ବେଗୁନିଆବାସୀ

143

କନକ ବ୍ୟୁରୋ: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଭୋଟ୍ ଦେଉଛନ୍ତି ରାଜଧାନୀବାସୀ । ତେବେ ଭୋଟ ପୂର୍ବରୁ ଭୁବନେଶ୍ୱରର ରାଜନୈତିକ ବାତାବରଣ ସରଗରମ ହୋଇଉଠିଥିଲା। ଏହି ଲୋକସଭା ନିର୍ବାଚନ ମଣ୍ଡଳୀ ଅଧିନରେ ଥିବା ସାତଟି ଯାକ ବିଧାନସଭା ଆସନ ବିଜୁ ଜନତା ଦଳ କବଜାରେ ରହିଛି। ତେବେ ବିଜୁ ଜନତା ଦଳ ସୁପ୍ରିମୋ ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର କୁମାର ସାହୁଙ୍କୁ ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ସ୍ଥାନରେ ପ୍ରାର୍ଥୀ କରାଯାଇଛି। ଖୋର୍ଦ୍ଧାର ପୂର୍ବତନ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ରଙ୍କୁ ଏଥର ପ୍ରାର୍ଥୀ ରୂପେ ମନୋନୀତ କରିଛନ୍ତି ବିଜେଡି ସୁପ୍ରିମୋ ଏବଂ ବିଧାୟକ ରାଜେନ୍ଦ୍ର ସାହୁଙ୍କୁ ବେଗୁନିଆକୁ ସ୍ଥାନାନ୍ତରିତ କରିଛନ୍ତି । ବିଜୁ ଜନତା ଦଳର ରାଜ୍ୟସଭା ସଦସ୍ୟ ଏବଂ ପୂର୍ବତନ ବେଗୁନିଆ ବିଧାୟକ ପ୍ରଶାନ୍ତ ନନ୍ଦଙ୍କ ପୁଅ ଋଷଭ ଏଥର ବେଗୁନିଆରେ ଭାରତୀୟ ଜନତା ପାର୍ଟି ଟିକଟରେ ଲଢୁଛନ୍ତି।

ବେଗୁନିଆ ବିଧାନସଭା ନିର୍ବାଚନମଣ୍ଡଳୀ

୨୦୧୪ର ଲଢେଇ

– ମୈଦାନରେ ଥିଲେ ମୋଟ ୧୩ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୯୫ ହଜାର ୫୫୩
– ମତ ଦେଇଥିଲେ – ୧ ଲକ୍ଷ ୪୩ ହଜାର ୭୬୧
– ଭୋଟଦାନ ହାର – ୭୩.୫୨%

୨୦୧୪ର ଫଳାଫଳ

ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ

ପ୍ରଶାନ୍ତ କୁମାର ଜଗଦେବ ବିଜେଡି ୭୩,୯୮୪ ୫୧.୪୬% ବିଜୟୀ
ଦେବାଶିଷ ପଟ୍ଟନାୟକ କଂଗ୍ରେସ ୨୦,୬୮୯ ୧୪.୩୯% ପରାସ୍ତ
ଯତିନ୍ କୁମାର ମହାନ୍ତି ବିଜେପି ୧୦,୬୧୧ ୭.୩୮% ପରାସ୍ତ
ପ୍ରଦୀପ କୁମାର ସାହୁ ଆମ ଓଡ଼ିଶା ୩୦,୫୫୯ ୨୧.୨୬% ପରାସ୍ତ

କିଏ ମାରିଥିଲା ବାଜି?

– ବିଜେଡିର ପ୍ରଶାନ୍ତ କୁମାର ଜଗଦେବ ନିର୍ବାଚନ ଜିତିଥିଲେ
– ୭୩ ହଜାର ୯୮୪ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
– ଆମ ଓଡ଼ିଶା ପ୍ରାର୍ଥୀ ପ୍ରଦୀପ କୁମାର ସାହୁଙ୍କୁ ପରାସ୍ତ କରିଥିଲେ
– ୪୩ ହଜାର ୪୨୫ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
– ୯ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୧୯ର ଲଢେଇ

ବିଜେଡି: ରାଜେନ୍ଦ୍ର ସାହୁ
କଂଗ୍ରେସ: ପ୍ରଦୀପ କୁମାର ସାହୁ
ବିଜେପି: ରିଷଭ ନନ୍ଦ

୨୦୧୯–ବିଜେଡି: ରାଜେନ୍ଦ୍ର ସାହୁ

– ୨ଥର ବିଧାୟକ ( ଥରେ ସ୍ୱାଧୀନ, ଥରେ ବିଜେଡି )
– ୨୦୧୪ରେ ଖୋର୍ଦ୍ଧାରୁ ବିଧାୟକ
– ବିଜେଡି ସମ୍ପାଦକ
– ପୂର୍ବତନ ଯୁବ ବିଜେଡି ସଭାପତି
– ପୂର୍ବତନ ଖୋର୍ଦ୍ଧା ପୌରାଧ୍ୟକ୍ଷ

୨୦୧୯– କଂଗ୍ରେସ: ପ୍ରଦୀପ କୁମାର ସାହୁ

– ଆମ ଓଡିଶା ଦଳରୁ କଂଗ୍ରେସରେ ସାମିଲ
– ୨୦୦୯ରେ କଂଗ୍ରେସରୁ ଲଢି ପରାଜିତ( ଦ୍ୱିତୀୟ ସ୍ଥାନ)
– ୨୦୧୪ରେ ଆମ ଓଡିଶା ଦଳରୁ ଲଢି ପରାଜିତ ( ଦ୍ୱିତୀୟ ସ୍ଥାନ)
– ପୃଥୀବି ବଲ୍ଲଭ ପଟନାୟକଙ୍କ ବଦଳରେ ଟିକେଟ୍ ମିଳିଛି

୨୦୧୯–ବିଜେପି: ରିଷଭ ନନ୍ଦ

– ୨ଥର ବିଧାୟକ, ମନ୍ତ୍ରୀ ଏବଂ ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ
– ବିଜେଡି ଟିକେଟ୍ ନମିଳିବାରୁ ବିଜେପିରେ ସାମିଲ
– ସଂଘ ପରିବାର ସହ ସଂପୃକ୍ତ
– ପ୍ରଥମଥର ବିଧାନସଭା ପ୍ରାର୍ଥୀ

ନିର୍ବାଚନ ମଣ୍ଡଳୀ ତଥ୍ୟ

– ବେଗୁନିଆ ବ୍ଳକ୍ ଏବଂ ବୋଲଗଡ ବ୍ଳକ୍କୁ ନେଇ ନିର୍ବାଚନମଣ୍ଡଳୀ
– ୧୯୫୭ରେ ଗଠିତ
– ଭୁବନେଶ୍ୱର ଲୋକସଭା କ୍ଷେତ୍ର ଅନ୍ତର୍ଭୁକ୍ତ
– ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟନାୟକ ଥରେ ବିଧାୟକ( ୨୦୦୪)
– ପ୍ରଶାନ୍ତ ନନ୍ଦ ଦୁଇଥର ବିଧାୟକ
– ସିପିଆଇରୁ ଗଙ୍ଗାଧର ପାଇକରାୟ ୩ଥର ବିଧାୟକ