ଭିକାରୀର ମାସିକ ଆୟ ୩ଲକ୍ଷ । 

Advertisment
ଭିକାରୀର ମାସିକ ଆୟ ୩ଲକ୍ଷ । 

source: www.firkee.in

ଟ୍ରାଫିକ ସିଗନାଲ ପୋଷ୍ଟ ଠାରୁ ଆରମ୍ଭ କରି ରେଲୱେ ଷ୍ଟେସନ ପର୍ଯ୍ୟନ୍ତ ସବୁଠି ଗୋଟିଏ ଧାରା ଦେଖିବାକୁ ମିଳିଥାଏ । କିଏ ଭଗବାନଙ୍କ ନାଁ ଧରି ତ, ଆଉ କିଏ ନିଜ ଛୁଆକୁ ଦେଖେଇ ଭିକ ମାଗିଥାଆନ୍ତି ।

ସେମାନଙ୍କର ଛିଡା, ମଇଲା ଡ୍ରେସ ପିନ୍ଧିଥିବା ଦେଖି ଲୋକମାନେ ଦୁଃଖୀ ହେବା ସହ ସେମାନଙ୍କୁ କିଛି ଟଙ୍କା ଦେଇଥାନ୍ତି କିନ୍ତୁ ଯଦି ଆପଣ କେବେ ଝାଡଖଣ୍ଡର ଚକ୍ରଧରପୁର ଷ୍ଟେସନ ଯାଆନ୍ତ,  ତେବେ ଦେଖିବେ ଜଣେ ଭିକାରୀ  ଭିକ ମାଗି ମାସକୁ ୩ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।

ଆହୁରି ଆପଣ ପଢିଲେ ଆଲମାରୀରେ ରଖିଥିବା ନିଜ ଡିଗ୍ରୀ  ବା ସାର୍ଟିଫିକେଟ ଆଉଥରେ ଦେଖିବାକୁ ପଛାଇବେ ନାହିଁ । ହୁଏତ ଆପଣ  ନିଜ ସାର୍ଟିଫିକେଟକୁ ଛିଣ୍ଡାଇ ଫିଙ୍ଗିଦେଇପାରନ୍ତି । ଅନେକ ଶିକ୍ଷିତ ଯୁବକ ଯୁବତୀ  ଅନେକ ଡିଗ୍ରୀ ଧରି କିଛି ଟଙ୍କା ରୋଜଗାର ପାଇଁ  ସଂଘର୍ଷ କରୁଥିବା ବେଳେ  କୌଣସି ଡିଗ୍ରୀ ନଥାଇ ୪୦ବର୍ଷୀୟ ଛୋଟୁ  ଚକ୍ରଧରପୁର ଷ୍ଟେସନରେ ଭିକ ମାଗି ମାସିକ ୩ଲକ୍ଷ  ଟଙ୍କା ରୋଜଗାର କରୁଛନ୍ତି ।

ତାଙ୍କର ବେପାର ଏତେ ହେଉଛି ଯେ ତାଙ୍କ ପାଖରେ ଅନେକ ପିଲା ବି କାମ କରୁଛନ୍ତି । ସିମଦେଗା ଜିଲ୍ଲାରେ ତାଙ୍କର ମଧ୍ୟ ଗୋଟିଏ ବାସନ ଦୋକାନ ରହିଛି ଯାହାର ଦେଖାଶୁଣା କରୁଛନ୍ତି ତାଙ୍କ ପତ୍ନୀ ।

ପତ୍ନୀଙ୍କ ସହ କଥାହେବା ସମୟରେ ଛୋଟୁ ବିଷୟରେ ଅନେକ ତଥ୍ୟ ଜଣାପଡିଥିଲା । ଛୋଟୁର ତିନିଜଣ ପତ୍ନୀ ଅଛନ୍ତି । ସେ ମାସକୁ ରୋଜଗାର କରୁଥିବା ୩ ଲକ୍ଷ ଟଙ୍କା ତିନିଜଣ ପତ୍ନୀଙ୍କ  ମଧ୍ୟରେ  ବାଂଟି ଦେଇଥାଏ ।

ସୌଜନ୍ୟ: ଫିର୍କି 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe