କୋଟିପତି ହୋଇଗଲେ ଦାଣ୍ଡର ଭିକାରୀ! ସର୍ବସ୍ୱ ଲୁଟି ନେଇଗଲା ଚିଟଫଣ୍ଡ ସଂସ୍ଥା

Advertisment
କୋଟିପତି ହୋଇଗଲେ ଦାଣ୍ଡର ଭିକାରୀ! ସର୍ବସ୍ୱ ଲୁଟି ନେଇଗଲା ଚିଟଫଣ୍ଡ ସଂସ୍ଥା

କନକ ବ୍ୟୁରୋ: କେବେ ଆରମ୍ଭ ହେବ ଚିଟଫଣ୍ଡ ତଦନ୍ତ। ଠକେଇର ଶିକାର ବ୍ୟକ୍ତି ଏବଂ ଜମାକାରୀ ମଂଚ ଏଭଳି କିଛି ପ୍ରଶ୍ନ କରିଛନ୍ତି । ମୋହନ ସରକାର ନିର୍ବାଚନୀ ପ୍ରତିଶ୍ରୁତି ପାଳନ କରୁଛନ୍ତି। ତେଣୁ ଜମାକାରୀ ଆଶା ରଖିଛନ୍ତି ଯେ ସରକାର ଚିଟଫଣ୍ଡ ଘୋଟାଲାର ତଦନ୍ତ କରି ତାଙ୍କୁ ନ୍ୟାୟ ଦେବେ । କିନ୍ତୁ ବଡ଼ ପ୍ରଶ୍ନ ହେଲା ଯେତେବେଳେ ଅନେକ ଫାଇଲ ଉଈ ଖାଇଗଲାଣି ସେତେବେଳେ କିଭଳି ଚିହ୍ନଟ ହେବେ ଜମାକାରୀ।

ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡା ବ୍ଲକ ଦିର୍ଲିପାଲି ଗାଁର ଲକ୍ଷ୍ମଣ ପଟେଲ । ଚିଟଫଣ୍ଡ ସଂସ୍ଥାରେ ନିବେଶ କରିବା ପୂର୍ବରୁ ଥିଲେ କୋଟିପତି। କିନ୍ତୁ ଅଧିକ ଟଙ୍କା ଆଶାରେ ଚିଟଫଣ୍ଡ ସଂସ୍ଥାରେ କଷ୍ଟ ଉପାର୍ଜିତ ଧନ ବିନିଯୋଗ କରି ଏବେ ଦାଣ୍ଡର ଭିକାରୀ ହୋଇଛନ୍ତି। ଲକ୍ଷ୍ମଣ ଚାଷୀ ପରିବାରର। ୨୦୧୩ରେ ଏହି ଅଚଂଳରେ ଏନଟିପିସି ପାୱାର ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଜମି ଅଧିଗ୍ରହଣ କରିଥିଲା। ଲକ୍ଷ୍ମଣଙ୍କ ପରିବାରର ୨୫ ଏକର ଜମି ଅଧିଗ୍ରହଣ କରିଥିଲା ଏନଟିପିସି। ଆଉ ବିସ୍ଥାପିନ ପାଇଁ ଭାଇ ମାନଙ୍କ ଠାରୁ ନିଜର ଭାଗ ୨ କୋଟି ପାଇଥିଲେ ଲକ୍ଷ୍ମଣ । ଯାହା ତାଙ୍କ ଭାଗ୍ୟ ବଦଳାଇଥିଲା। ହେଲେ ଅଧିକ ଟଙ୍କା ଆଶାରେ ଚିଟଫଣ୍ଡ କଂପାନୀରେ ନିବେଶ କରିଥିଲେ। ସମାନ ସ୍ଥିତି ସୁବାଷିନୀ ଭୋଇ ଓ ସରୋଜିନୀ ଭୋଇଙ୍କ କ୍ଷେତ୍ରରେ ଘଟିଛି। ଅଧିକ ରିଟର୍ଣ୍ଣ ପାଇବା ଆଶାରେ ଟଙ୍କା ବିନିଯୋଗ କରି ହୋଇଛନ୍ତି ଛାରଖାର।

ଚିଟଫଣ୍ଡ ଠକଙ୍କ ଘୋଟାଲାରେ କେବଳ ଏହି ତିନୋଟି ପରିବାର ନୁହେଁ। ବରଂ ୨୦ ହଜାର ଲୋକ ଜମା ଟଙ୍କା ଫେରିପାଇବା ଆଶାରେ ଆଖି ବୁଜିସାରିଲେଣି । କିନ୍ତୁ ଏବେ ବି ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରିପାରିନାହାନ୍ତି ସରକାର। ଫାଇଲ ଉଇ ଖାଇଯାଇଥିବାରୁ ତହସିଲଦାରଙ୍କ ଦ୍ବାରା ଚିହ୍ନଟ ପ୍ରକ୍ରିୟା କରାଯାଉ ବୋଲି ଦାବି କରିଛନ୍ତି କ୍ଷତିଗ୍ରସ୍ତ ମିଳିତ ମଂଚର ଆବାହକ ଜୟନ୍ତ ଦାସ । ଏପରିକି ସ୍ପେଶାଲ ଟାସ୍କ ଫୋର୍ସ ଗଠନ କରିବା ସହ ଯେଉଁ ଚିଟଫଣ୍ଡ ସଂସ୍ଥା ଯୋଗୁଁ ଜମାକାରୀ ପ୍ରାଣ ହରାଇଛନ୍ତି ସେହି ସଂସ୍ଥା ବିରୋଧରେ ଅପରାଧିକ ମାମଲା ରୁଜୁ କରିବାକୁ ଦାବି ହୋଇଛି।

ରାଜ୍ୟର ଏହି ବହୁଚର୍ଚ୍ଚିତ ଠକେଇ ମାମଲାରେ ଗିରଫ ହୋଇଥିବା ରାଜନେତା, ଦଲାଲ, ସଂସ୍ଥାର ମାଲିକ ଜେଲ ଯାଇ ଜାମିନରେ ଆସିଗଲେଣି । କିନ୍ତୁ ଜମାକାରୀଙ୍କ ସ୍ଥିତିରେ ଆସିନି ସୁଧାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe