ଥମିବାର ନାଁ ନେଉନି ପ୍ରିୟଙ୍କାଙ୍କ ପ୍ରି-ୱେଡିଂ ପାର୍ଟି : ବ୍ରାଇଡାଲ ସାୱାର ଓ ବ୍ୟାଚଲର ପାର୍ଟି ପରେ ପ୍ରିୟଙ୍କା ଗର୍ଲସ ଗ୍ୟାଙ୍ଗ ସହିତ କଲେ ଏହି ପାର୍ଟି

ପ୍ରିୟଙ୍କା ଏବଂ ନିକଙ୍କ ବିବାହକୁ ଆଉ ଅଳ୍ପ ଦିନ ହିଁ ବାକି ଅଛି

111

ପ୍ରିୟଙ୍କା ଚୋପ୍ରାଙ୍କ ବିବାହ ତାରିଖ ପାଖେଇ ଆସୁଥିବାବେଳେ ଏବେ ସେ ବିଭିନ୍ନ ପାର୍ଟିରେ ମସ୍ତି କରିଥିବାର ନଜର ଆସୁଛନ୍ତି । ଏପରି ଲାଗୁଛି ଯେ ପ୍ରିୟଙ୍କା ପ୍ରି-ୱେଡିଂ ପାର୍ଟି ଏବେ ଥମିବାର ନାହିଁ । ପ୍ରିୟଙ୍କା ଏବଂ ନିକଙ୍କ ବିବାହକୁ ଆଉ ଅଳ୍ପ ଦିନ ହିଁ ବାକି ଅଛି । ଦୁହେଁ ଡିସେମ୍ବର ୨ରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ଦୁହେଁ ଯୋଧପୁରର ଉମ୍ମେଦ ଭବନରେ ବିବାହ କରିବେ ।

ପ୍ରିୟଙ୍କା ଏବଂ ନିକଙ୍କ ପରିବାର ଏବେ ବିବାହ ସପିଂରେ ବ୍ୟସ୍ତ ଥିବା ବେଳେ ପ୍ରିୟଙ୍କା ଏବେ ନିଜ ବାନ୍ଧବୀ ଏବଂ କଜନଙ୍କ ସହିତ ପ୍ରି-ୱେଡିଂ ପାର୍ଟିରେ ବ୍ୟସ୍ତ ଅଛନ୍ତି । ନ୍ୟୁୟର୍କରେ ବ୍ରାଇଡାଲ ସାୱର ଏବଂ ବ୍ୟାଚଲର ପାର୍ଟିର ଫଟୋ ଇଣ୍ଟରନେଟରେ ଭାଇରାଲ ହେବା ପରେ ଏବେ ପ୍ରିୟଙ୍କାଙ୍କ ପାଇଜାମା ପାର୍ଟିର ଫଟୋ ସୋସିଆଲ ମିଡିଆରେ ଛାଇ ରହିଛି ।

ଏହି ପାର୍ଟିରେ ପ୍ରିୟଙ୍କାଙ୍କ ଗର୍ଲସ ଗ୍ୟାଙ୍ଗଙ୍କୁ ପିଙ୍କ ପାଇଜାମାରେ ଦେଖିବାକୁ ମିଳିଛି । ଏହି ପାର୍ଟିରେ ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ ଏବଂ ତାଙ୍କ ଭଉଣୀ ପରିଣୀତିଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା ।