କନକ ବ୍ୟୁରୋ : ଉଦଘାଟନ କରିବା ପୂର୍ବରୁ ଫକଳ ଭାଙ୍ଗିଲେ ଲୋକେ । ଜଗତସିଂହପୁର ଜିଲ୍ଲା ମଣ୍ଡାସାହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଉଦଘାଟନ ପୂର୍ବରୁ ଫଳକ ଭାଙ୍ଗି ଦେଇଛନ୍ତି ସ୍ଥାନୀୟ ସରପଞ୍ଚଙ୍କ ସମର୍ଥକ । ଆଜି ଅପରାହ୍ନରେ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ବର୍ହିବିଭାଗ କୋଠା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଥିଲା । ଏହି ଫଳକରେ ସାଂସଦ,ବିଧାୟକ, ଜିଲ୍ଲାପରିଷଦ ଅଧ୍ୟକ୍ଷ ସଭ୍ୟ ଆଦିଙ୍କ ନାଁ ରହିଥିଲା । କିନ୍ତୁ ସ୍ଥାନୀୟ ସରପଞ୍ଚ ପୁଷ୍ପଲତା ଦାସ କଂଗ୍ରେସ ସମର୍ଥକ ହୋଇଥିବାରୁ ତାଙ୍କ ନାଁ ରହିନଥିବାରୁ ଅଭିଯୋଗ ହୋଇଛି ।
ଉଦଘାଟନ କରିବା ପୂର୍ବରୁ ଫକଳ ଭାଙ୍ଗିଲେ ଲୋକେ : ଅପରାହ୍ଣରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦ୍ୱାରା ରହିଛି ଉଦଘାଟନ କାର୍ଯ୍ୟକ୍ରମ
/kanak/media/post_attachments/wp-content/uploads/2023/10/vlcsnap-2023-10-01-13h42m29s753.jpg)