ଚମକାଇ ଦେଲା ୱେକଫିଟ୍ ଡଟ୍ କମ ରିପୋର୍ଟ, ଶୋଇବା ପୂର୍ବରୁ ମୋବାଇଲ୍ ବ୍ୟବହାର କରୁଥିଲେ ହୋଇଯାନ୍ତୁ ସାବଧାନ

170

କନକ ବ୍ୟୁରୋ : ଡିଜିଟାଲ୍ ଯୁଗରେ ବିନା ମୋବାଇଲ୍ ଫୋନରେ କାମକରିବା କଷ୍ଟକର । ଡିଜିଟାଲ୍ ଯୁଗରେ ମୋବାଇଲ୍, ଲାପଟପ୍ ପରି ସ୍ମାର୍ଟ ଗ୍ୟାଜେଟ୍ ଯୋଗାଯୋଗ ତଥା ସମସ୍ତ କାମକୁ ସହଜ କରିଦେଇଛି । କିନ୍ତୁ ମୋବାଇଲ୍ ଫୋନର ଅତ୍ୟଧିକ ବ୍ୟବହାର ମାନସିକ ସ୍ଥିତି ବିଗାଡିବା ସହ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଛି । ଅତ୍ୟଧିକ ମୋବାଇଲ୍ ବ୍ୟବହାର ଫଳରେ ଅଣ୍ଟା, ବେକ ଏବଂ ମୋବାଇଲ୍ ଫୋନରୁ ବାହାରୁଥିବା ଆଲୋକ ଆମ ଆଖିକୁ କ୍ଷତି ପହଞ୍ଚାଉଛି । ଅନେକ ଲୋକ ଶୋଇବା ଆଗରୁ ବେଡ୍ ରେ ମୋବାଇଲ୍ ବ୍ୟବହାର କରିବାକୁ ବେଶ୍ ପସନ୍ଦ କରିଥାନ୍ତି   । ହେଲେ ଆପଣ ଜାଣିଛନ୍ତି କି ଶୋଇବା ପୂର୍ବରୁ ଅତ୍ୟଧିକ ମୋବାଇଲ୍ ବ୍ୟବହାର ଆପଣଙ୍କ ଶୋଇବା ଶୈଳୀକୁ ମଧ୍ୟ ପ୍ରଭାବିତ କରିପାରେ ।

ୱେକଫିଟ୍ ଡଟ୍ କମର ଏକ ସର୍ଭେ ରିପୋର୍ଟ ଅନୁଯାୟୀ ଭାରତର ପାଖାପାଖି ୩୮%ରୁ ଅଧିକ ଲୋକ ରାତି ସମୟରେ ନିଜର ଭବିଷ୍ୟତ କଥା ଚିନ୍ତା କରି ବ୍ୟସ୍ତ ବିବ୍ରତ ହୋଇପଡୁଛନ୍ତି । ରାତି ଯେତେ ବଢି ଚାଲୁଛି ଲୋକମାନଙ୍କ ମଧ୍ୟରେ ଏହି ଚିନ୍ତା ସେତେ ଅଧିକ ହୋଇଯାଉଛି । ମାର୍ଚ୍ଚ ୧୨ ରୁ ୧୮ ପର୍ଯ୍ୟନ୍ତ , ଏହି ସପ୍ତାହକୁ ଶୋଇବା ସଚେତନତା ସପ୍ତାହ ରୂପେ ପାଳନ କରାଯାଇଥାଏ   । ଗ୍ରେଟ୍ ଇଣ୍ଡିଆନ୍ ସ୍ଲିପ ସ୍କୋର କାର୍ଡର ଷଷ୍ଠ ସଂସ୍କରଣରେ ପ୍ରକାଶିତ ହୋଇଥିବା ରିପୋର୍ଟ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି । ଏହି ରିପୋର୍ଟ ରେ ଏଭଳି ଏକ ତଥ୍ୟ ପ୍ରକାଶ ପାଇଛି ଯାହା ଆପଣଙ୍କ ପାଇଁ ଚିନ୍ତାର ବିଷୟ । ଦୀର୍ଘ ୬ବର୍ଷର ଲମ୍ବା ପରିକ୍ଷଣ କରିବା ପରେ ପାଖାପାଖି ୨.୫ଲକ୍ଷ ଉତ୍ତରଦାତା ଏବଂ ମାର୍ଚ୍ଚ ୨୦୨୨ ରୁ ଫେବୃଆରୀ ୨୦୨୩ ପର୍ଯ୍ୟନ୍ତ ରେକର୍ଡ ହୋଇଥିବା ଏହି ରିପୋର୍ଟରେ ୧୦,୦୦୦ରୁ ଅଧିକ ଲୋକ ନିଜର ପ୍ରତିକ୍ରିୟା ରଖିଥିଲେ । ଏହି ରିପୋର୍ଟର ଅଧ୍ୟୟନ ପରେ ଏଭଳି ଏକ ତଥ୍ୟ ସାମ୍ନାକୁ ଆସିଛି ଯାହା ବିଶେଷଜ୍ଞ ମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଭାରତରେ ୮୭% ରୁ ଅଧିକ ଲୋକ ଶୋଇବା ପୂର୍ବରୁ ନିଜ ନିଜ ମୋବାଇଲ୍ ଫୋନ୍ର ବ୍ୟବହାର କରୁଛନ୍ତି । ଯାହା ସେମାନଙ୍କ ନିଦ୍ରାରେ ବାଧା ସୃଷ୍ଟି କରିବା ସହ ବିଭିନ୍ନ ମାନସିକ ଚାପ ସୃଷ୍ଟି କରୁଛି । ପ୍ରକାଶିତ ଏହି ରିପୋର୍ଟରୁ ଜଣାପଡିଛି ୨୦୨୩ରେ ଭାରତର ୫୫% ଲୋକ ରାତି ୧୧ଟାରେ ଶୋଇବାକୁ ଯାଉଥିବା ବେଳେ ଏହି ସଂଖ୍ୟା ଗତବର୍ଷ ୬୬% ଥିଲା । ଗତବର୍ଷ ତୁଳନାରେ ଏହି ସଂଖ୍ୟା ୧୧%କୁ ବୃଦ୍ଧି ପାଇଛି । ଅଧିକାଂଶ ଲୋକ ବିଳମ୍ବିତ ରାତି ପର୍ଯ୍ୟନ୍ତ ନିଜର ମୋବାଇଲର ବ୍ୟବହାର କରୁଛନ୍ତି । ଏବଂ ସକାଳେ ଉଙ୍ଖିବା ପରେ ଫ୍ରେସ୍ ଅନୁଭବ ମଧ୍ୟ କରୁନାହାନ୍ତି । ଶୋଇବା ସମୟରେ ମୋବାଇଲ୍ ର ବ୍ୟବହାର ଏବଂ ଏହାସହ ଭବିଷ୍ୟତ ବିଷୟରେ ଚିନ୍ତା କରିବା ଫଳରେ ଭାରତୀୟମାନଙ୍କ ନିଦ୍ରା ଅଭ୍ୟାସ ଖରାପ ହେବାରେ ଲାଗିଛି । ପ୍ରକାଶ ପାଇଥିବା ଏହି ରିପୋର୍ଟରେ ୩୮%ରୁ ଅଧିକ ଲୋକ ନିଜ ଭବିଷ୍ୟତକୁ ନେଇ ଚିନ୍ତିତ ଥିବା ବେଳେ ୮୭%ଲୋକେ ଶୋଇବା ପୂର୍ବରୁ ନିଜ ମୋବାଲ୍ର ବ୍ୟବହାର କରୁଛନ୍ତି । ଲୋକମାେ ନ ଶିଘ୍ର ଶୋଇବାକୁ ପସନ୍ଦ କରୁଥିବା ବେଳେ ବିଳମ୍ବରେ ଉଠିବାକୁ ପସନ୍ଦ କରୁଥିବା ରିପୋର୍ଟରେ ପ୍ରକାଶ ପାଇଛି । ମହିଳାଙ୍କ ତୁଳନାରେ ପୁରୁଷ ମାନେ ସକାଳୁ ଉଠିବା ପରେ ଫ୍ରେସ୍ ଅନୁଭବ କରୁଛନ୍ତି । ଯଦି ଆମେ ଗତବର୍ଷର ରିପୋର୍ଟ ଦେଖିବା ତେବେ ମହିଳା ମାନଙ୍କ ସଂଖ୍ୟା ୨୫%ହ୍ରାସ ପାଇଛି ପୁରୁଷଙ୍କ ତୁଳନାରେ । ମହିଳା ମାନେ ସକାଳୁ ଉଠିବା ପରେ ଫ୍ରେସ୍ ଅନୁଭବ କରୁନାହାନ୍ତି । ସବୁଠାରୁ ବଡ କଥା ହେଉଛି ଏହି ରିପୋର୍ଟ ଦର୍ଶାଉଛି କି ୧୮ବର୍ଷରୁ କମ୍ ବୟସର ପିଲାମାନେ ନିଜର ନିଦକୁ ପ୍ରାଥମିକତା ଦେଉଥିବା ଦେଖିବାକୁ ମିଳିଛି । ଗତ ବର୍ଷ ତୁଳନାରେ ଏହି ସଂଖ୍ୟା ୬୫%କୁ ବୃଦ୍ଧି ପାଇଛି ।

ଅତ୍ୟଧିକ ସୋସିଆଲ୍ ମିଡିଆର ବ୍ୟବହାର ଆଜିକାଲି ଯୁବପିଢିମାନଙ୍କୁ ପଥଭ୍ରଷ୍ଟ କରାଉଥିବା ବେଳେ ଦୈନନ୍ଦିନ ଜୀବନରେ ଏହାର ଅନେକ କୁପ୍ରଭାବ ଦେଖିବାକୁ ମିଳୁଛି । ସ୍ୱାସ୍ଥ୍ୟାବସ୍ଥାରେ ପରିବର୍ତନ , ନିଜ ନିଜ ବ୍ୟବହାରରେ ମଧ୍ୟ ଅନେକ ପରିବର୍ତନ ଦେଖିବାକୁ ମିଳୁଛି ।

ୱେକଫିଟ୍ ଡଟର ନିର୍ଦ୍ଦେଶକ ତଥା ସହ-ପ୍ରତିଷ୍ଠାତା ରାମଲିଙ୍ଗେଗୋଡା କହିଛନ୍ତି ଯେ ଗତବର୍ଷ ତୁଳନାରେ ସୋସିଆଲ୍ ମିଡିଆ ବ୍ରାଉଜିଂରେ ପରିବର୍ତନ ଆସିଛି । ମହିଳା ମାନଙ୍କ କ୍ଷେତ୍ରରେ ଏହି ସଂଖ୍ୟା ୪୦% ଏବଂ ପୁରୁଷ ମାନଙ୍କ କ୍ଷେତ୍ରରେ ଏହା ୩୦%ହ୍ରାସ ପାଇଛି । ଏହା ବ୍ୟତୀତ ୨୦୧୬ରେ ଭାରତରେ ଏକ ସୁସ୍ଥ ଶୋଇବା ସଂସ୍କୃତିକୁ ସକ୍ଷମ କରିବା ପାଇଁ ସେ ଏହି ଗ୍ରେଟ୍ ଇଣ୍ଡିଆନ୍ ସ୍ଲିପ୍ ସ୍କୋରକାର୍ଡ ଆରମ୍ଭ କରିଥିଲେ । ଭାରତୀୟ ମାନଙ୍କୁ ଏକ ଉତ୍ତମ ନିଦ୍ରାର ମହତ୍ୱ ସମ୍ପର୍କରେ ଅବଗତ କରାଇବା ଏହାର ମୂଳ ଲକ୍ଷ୍ୟ ।