କନକ ବ୍ୟୁରୋ : ଶେଷ ହେବାକୁ ଯାଉଛି ବର୍ଷ ୨୦୨୩ । ଏନେଇ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଗୁଡିକରେ ଲାଗିଛି ଭିଡ । ଅନ୍ୟସ୍ଥାନ ଭଳି ନନ୍ଦନକାନନରେ ଦୂରଦୂରାନ୍ତରୁ ବହୁ ପର୍ଯ୍ୟଟକଙ୍କ ଗହଳି ଦେଖିବାକୁ ମିଳିଛି । ୪୦ ହଜାରରୁ ଅଧିକ ପର୍ଯ୍ୟଟକ ଚଡ଼ିଆଖାନାରେ ଭିଡ ଜମାଇଛନ୍ତି । ଏହାକୁ ନଜରରେ ରଖି ନନ୍ଦନକାନନ କର୍ତ୍ତୁପକ୍ଷଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସୋମବାର ନନ୍ଦନକାନନ ବନ୍ଦ ରହୁଥିବା ବେଳେ ଏବେ ବଡ଼ଦିନ ଓ ନୂଆବର୍ଷ ପଡୁଥିବାରୁ ଖୋଲା ରହିବ । ଟିକେଟ ମୂଲ୍ୟ ପୂର୍ବରୁ ଯାହାଥିଲା ତାହା ସେତିକି ରହିବ । ଏବେଠାରୁ ସେଠାରେ ପ୍ରବଳ ଗହଳି ଲାଗିଛି । ଦୂରରୁ ଆସୁଥିବା ପର୍ଯ୍ୟଟକ ମାନେ ବୋଟିଂ ସହ ରୋପୱେ’ର ମଜା ନେଉଛନ୍ତି । ଏବେ ପର୍ଯ୍ୟଟନ ଋତୁ ଚାଲିଥିବା ବେଳେ ଆଗକୁ ପର୍ଯ୍ୟଟକଙ୍କ ଭିଡକୁ ଲକ୍ଷ୍ୟରେ ରଖି ସ୍ୱତନ୍ତ୍ର ବ୍ୟବସ୍ଥା ମାନ କରାଯାଇଛି ।
ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଲାଗିଛି ଭିଡ଼ । ଆଗକୁ ବଡ଼ଦିନ ନୂଆ ବର୍ଷ ପାଇଁ ନନ୍ଦନକାନନରେ ପ୍ରବଳ ଗହଳି, ବୋଟିଂ ସହ ରୋପୱେର ମଜା ନେଉଛନ୍ତି ବୁଲିଆସୁଥିବା ପର୍ଯ୍ୟଟକ
/kanak/media/post_attachments/wp-content/uploads/2023/12/25-28.jpg)