କନକ ବ୍ୟୁରୋ: ସୁପ୍ରିମ କୋର୍ଟରୁ ମିଳିଥିବା ୨୧ ଦିନର ଅନ୍ତରୀଣ ଜାମିନ ଅବଧି ଶେଷ ହେବା ପରେ ଅରବିନ୍ଦ କେଜ୍ରିୱାଲ । ଏହାପୂର୍ବରୁ କେଜ୍ରିୱାଲ ନିଜ ବାସଭବନରୁ ବାହାରି ରାଜଘାଟ ଯାଇଥିଲେ । ସେଠାରେ ମହାତ୍ମା ଗାନ୍ଧୀଙ୍କ ସମାଧିରେ ପୁଷ୍ପ ଅର୍ପଣ କରିଥିଲେ । ରାଜଘାଟ ପରେ କେଜ୍ରିୱାଲ କର୍ନାଟ ପ୍ଲେସରେ ଥିବା ହନୁମାନ ମନ୍ଦିର ଯାଇଥିଲେ । ସେଠାରେ ଭଗବାନଙ୍କ ଦର୍ଶନ ପରେ ପୂଜାର୍ଚ୍ଚନା କରିଥିଲେ । ଏହାପରେ ଆପ କାର୍ଯ୍ୟାଳୟରପରେ ପହଞ୍ଚି ସେଠାରେ କର୍ମକର୍ତ୍ତା ଓ ଲୋକଙ୍କୁ ସମ୍ବୋଧନ କରିଥିଲେ ।

Advertisment

କେଜ୍ରିୱାଲ କହିଥିଲେ, ଏଗଜିଟ ପୋଲକୁ ନେଇ ଚିନ୍ତା କରିବାର ନାହିଁ । ଆପଣମାନେ ଆତ୍ମବିଶ୍ୱାସ ରଖନ୍ତୁ ଆମେ ଜିତିବୁ ବୋଲି, ଏ ନିର୍ବାଚନ ଦେଶ ଓ ଜନତନ୍ତ୍ରକୁ ବଞ୍ଚାଇବା ପାଇଁ । ଏଗଜିଟ ପୋଲ ହେଉଛି ଫର୍ଜି । କାରଣ ଉପରୁ ଅର୍ଡର ଆସିଥିବ ବିଜେପିକୁ ଅଧିକ ସିଟ୍ ଦିଆଯାଉ । ଏଗଜିଟ ପୋଲ ଉପରେ ଜମାରୁ ଭରସା କରନ୍ତୁ ନାହିଁ ।

କେଜ୍ରିୱାଲ ଆହୁରି କହିଥିଲେ, ଜେଲ ଯାଉଛି କେବେ ଫେରିବି ତାହା ଜାଣିନି । ଏମାନେ ମୋ ସହ କଣ କରିବେ ତାହା ବି ଜାଣିନି । ଭଗତ ସିଂ ଦେଶକୁ ସ୍ୱାଧୀନ କରିବାକୁ ଜେଲ ଯାଇଥିଲେ, ମୁଁ ଦେଶକୁ ବଞ୍ଚାଇବାକୁ ଜେଲ ଯାଉଛି । ଭଗତ ସିଂ ଯଦି ଦେଶ ପାଇଁ ଫାଶୀରେ ଚଢିଯାଇଥିଲେ ମୁଁ ବି ଦେଶ ପାଇଁ ଫାଶୀରେ ଚଢିବାକୁ ପ୍ରସ୍ତୁତ ଅଛି । ମୋର ଶରୀରର ପ୍ରତ୍ୟେକ ରକ୍ତ ବିନ୍ଦୁ ଏ ଦେଶ ପାଇଁ ।