ଖାଇବା ସମୟରେ ଧ୍ୟାନ ଦିଅନ୍ତୁ : ଏହି ଖାଦ୍ୟରେ ରହିଛି ସବୁଠୁ ଅଧିକ କୀଟନାଶକ
ସବୁଜ ପନିପରିବା ଓ ଫଳରେ ଅନେକ ପୁଷ୍ଟିସାର ଥାଏ । କିନ୍ତୁ ଏଥିରେ ଅନେକ ଜୂୀବାଣୁ ଲୁଚି ରହିଥିବା କଥା ଅନେକ ଲୋକ ଜାଣିନଥାନ୍ତି । ଜମିରେ ଫଳ ଓ ବିଭିନ ପ୍ରକାର ପନିପରିବାକୁ ମାରାତ୍ମକ ରୋଗ ଦାଉରୁ ରକ୍ଷାକରିବା ପାଇଁ ଚାଷୀମାନେ ଅନେକ ପ୍ରକାର କୀଟନାଶକ ଔଷଧ ବ୍ୟବହାର କରିଥାନ୍ତି । ତାପରେ ସବୁଜ ପନିପରିବା ବଜାରକୁ ଆସିଥାଏ । ୟୁନାଇଟେଡ ଷ୍ଟେଟସର ଏକ ଏନଜିଓ ଏନଭରମେଂଟାଲ ୱାର୍କିଂ ଗ୍ରୁପ ସବୁଠୁ ମଇଳା ୧୨ଟି ପନିପରିବା ଓ ଫଳର ଲିଷ୍ଟ ବାହାର କରିଛି । ସେଗୁଡିକ ହେଲା ଷ୍ଟ୍ରବେରି, ଶାଗ,ପାଳଙ୍ଗ, ସେଓ,ସାଫ୍ଟ, ନାସପାତି, ଚେରି, ଅଙ୍ଗୁର,ସେଲେରି ଲିଭସ, ଟମୋଟୋ, ଲାଲ ଲଙ୍କା ଏବଂ ଆଳୁ ।
Kanak News is now on WhatsApp
Join and get latest news updates delivered to you via WhatsApp
ୟୁଏସ୍ କୃଷି ବିଭାଗ ତରଫରୁ ବିବିସି ୨୦୧୫ରେ ପ୍ରକାଶିତ କରିଥିବା ତଥ୍ୟ ଅନୁସାରେ ୭୦୬ ଷ୍ଟ୍ରବେରିରେ ଶତକଡା ୪୦ଭାଗ କୀଟନାଶକ ଅଛନ୍ତି । ଯେଉଁଥିରେ ୪୦ପ୍ରକାରର କୀଟନାଶକ ରହିଛନ୍ତି । ସେହିପରି ୟୁରୋପିଆନ ଫୁଡ ସେଫଟିର ତଥ୍ୟ ଅନୁସାରେ ୮୪ହଜାର ସାମ୍ପୁଲରେ ୪୩.୯ ପ୍ରତିଶତ କୀଟନାଶକ ଅଛନ୍ତି । ଉଭୟ ୟୁଏସ ଓ ୟୁରୋପରେ ପନିପରିବାରେ କୀଟନାଶକ ବହୁତ କମ, ଯାହା ନିିିର୍ଦିଷ୍ଟ ସୀମା ଠାରୁ କମ । ତେଣୁ ଅଧିକାରୀମାନେ ଏହାକୁ ସ୍ୱାସ୍ଥ ପ୍ରତି ବିପଦ ବୋଲି ଭାବୁନାହାନ୍ତି । କିଛି ସ୍ୱାସ୍ଥ୍ୟ ଅଧିକାରୀ ଏହାକୁ ନେଇ ଦୁଃଖିତ ଅଛନ୍ତି କିନ୍ତୁୁ ଏହି କୀଟନାଶକ ‘କକଟେଲ ଇଫେକ୍ଟ’ର କାରଣ ହୋଇପାରନ୍ତି ଯାହା ଜୀବନ ପ୍ରତି ବିପଦ ବଢାଇପାରେ ।