ଶ୍ରୀକ୍ଷେତ୍ରରୁ ସ୍ମାର୍ଟ ସିଟି । କିଭଳି ଥିଲା , ଆଉ ‘ଫୋନି’ ପରେ କେମିତି ବଦଳିଗଲା ଦୃଶ୍ୟ ଦେଖନ୍ତୁ…

221

କନକ ବ୍ୟୁରୋ: ଫଅଁ ଫଅଁ ଗର୍ଜନ କରି ଆସିଲା ଆଉ ଓଡ଼ିଶାର ବିଭିନ୍ନ ଐତିହ୍ୟ ସ୍ଥାନରେ ତାଣ୍ଡବ ରଚି ଫେରିଗଲା ବାତ୍ୟା ‘ଫୋନି’ । ହେଲେ ପ୍ରକୃତିର କରାଳ କାୟାରେ ଛାଡ଼ି ଯାଇଥିବା ଅଭୁଲା ଚିହ୍ନକୁ ସହଜରେ ଭୁଲିପାରିବେନି ରାଜ୍ୟବାସୀ । ବିଶେଷ କରି ପୁରୀ, ଭୁବନେଶ୍ୱର ଓ କଟକ ଭଳି ଓଡ଼ିଶାର ହାର୍ଟ ସିଟି ଉପରେ ଯେଉଁଭଳି ଫଣା ମେଲାଇ ସବୁକିଛି ଗିଳିଦେଇ ଗଲା ତାହା ଓଡ଼ିଶାବାସୀଙ୍କ ଛାତିକୁ ଦୋହଲାଇ ଦେଇଛି । ତେବେ ପ୍ରଳୟଙ୍କାରୀ ବାତ୍ୟା ‘ଫୋନି’ରେ ବଦଳି ଯାଇଛି ବିଶ୍ୱ ଐତିହ୍ୟସ୍ଥଳୀ ଶୀକ୍ଷେତ୍ର ପୁରୀ ଓ ଦେଶର ଏକ ନମ୍ବର ସ୍ମାର୍ଟ ସିଟି ଭୁବନେଶ୍ୱରର ପୂରା ଚିତ୍ର ।

ଏ ଦୃଶ୍ୟ ହେଉଛି ପୁରୀ ଶ୍ରୀମନ୍ଦିରର ଦୃଶ୍ୟ । ଦେଖନ୍ତୁ ପୂର୍ବରୁ କିଭଳି ଜଗନ୍ନାଥ ମନ୍ଦିରର ଚିତ୍ର ଦେଖାଯାଉଥିଲା ଏବଂ ‘ଫୋନି’ ପରେ ମନ୍ଦିରର କଳ୍ପବଟ ଭାଙ୍ଗି ପଡ଼ିଛି । ଫଳରେ ନା ଶୁଭୁଛି କୋଇଲିର କୁହୁକୁହୁ ଶବ୍ଦ ନା ଶ୍ରଦ୍ଧାଳୁ ବାନ୍ଧିପାରୁଛି ମାନସିକ ଡ଼ୋରୀ ।

ଦେଖନ୍ତୁ ପୂର୍ବରୁ କିଭଳି ଦେଖାଯାଉଥିଲା ପୁରୀ ମାଳତିପାଟପୁର ବସ ଷ୍ଟାଣ୍ଡ ଆଉ ‘ଫୋନି’ ପରେ କିଭଳି ଧ୍ୱସ୍ତ ବିଧ୍ୱସ୍ତ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି ।

ସେହିଭଳି ପୁରୀ-କୋଣାର୍କ ରୋଡ୍ ଏବେ ରାହା ଖୋଜୁଛି । କାରଣ ପୂର୍ବରୁ ଏହି ରାସ୍ତାର ଦୁଇ ପାଶ୍ୱର୍ରେ ସବୁଜିମା ଦୃଶ୍ୟ ମନଲୋଭାଉଥିଲେ ମଧ୍ୟ ଏବେ ଖାଁ ଖାଁ ହୋଇପଡ଼ିଛି ।

ଶ୍ରୀକ୍ଷେତ୍ର ଓ ମାଳତିପାଟପୁର ବସ୍ ଷ୍ଟାଣ୍ଡର ଏରିୟଲ ଦୃଶ୍ୟ ଦେଖନ୍ତୁ ।

ପୂର୍ବରୁ ପୁରୀ ସମୁଦ୍ର ବେଳାଭୂମିର ଦୃଶ୍ୟ କିଭଳି ଥିଲା କିନ୍ତୁ ବର୍ତ୍ତମାନ କିଭଳି ଏହାର ନକ୍ସା ବଦଳାଇ ଦେଇ ଚାଲିଗଲା ‘ଫୋନି’ ଦେଖନ୍ତୁ ।

କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ ପୂର୍ବର ଦୃଶ୍ୟ ଓ ‘ଫୋନି’ ପ୍ରକୋପରେ ବଦଳି ଯାଇଥିବା ଦୃଶ୍ୟ ଦେଖନ୍ତୁ ।

ପ୍ରକୃତିର କରାଳ କାୟାରେ ପୁରୀକୁ ଧ୍ୱଂସ କରିବା ପରେ ଶାନ୍ତ ପଡ଼ିନଥିଲା ‘ଫୋନି’ର ଫଣା । ଆଉ ମାଡ଼ି ଆସିଲା ରାଜଧାନୀ ଭୁବନେଶ୍ୱରକୁ ଗିଳିପକାଇଲା । ଦେଖନ୍ତୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଭିତରର ପୂର୍ବ ଓ ପରବର୍ତ୍ତୀ ଦୃଶ୍ୟ ।

ଓଡ଼ିଶାର ପ୍ରସିଦ୍ଧ ମିଠା ଭଣ୍ଡାର ବୋଲାଉଥିବା ପାହାର ରସଗୋଲା ଅଞ୍ଚଳର ଦୃଶ୍ୟ ମଧ୍ୟ ‘ଫୋନି’ ପାଇଁ ପୂରା ବଦଳି ଯାଇଛି ।