ଗୁପ୍ତ ତଥ୍ୟ ଦେଇ ଦବିନ୍ଦର ଆଣୁଥିଲେ କୋଟି କୋଟି ଟଙ୍କା । ଗିରଫ ନବୀଦ ଅହମ୍ମଦ ଥିଲା ଦବିନ୍ଦରଙ୍କ ଘନିଷ୍ଠ ବନ୍ଧୁ । ପୋଲିସ ଚାକିରି ଛାଡି ଆତଙ୍କୀ ସଙ୍ଗଠନରେ ଯୋଗ ଦେଇଥିଲା ନବୀଦ

ସବୁଠାରୁ ବଡ କଥା ହେଉଛି ଗିରଫ ହିଜବୁଲ ଆତଙ୍କବାଦୀ ନବୀଦ ଅହମ୍ମଦ ଜଣେ ପୋଲିସ ଅଫିସର ଥିଲା । କନଷ୍ଟେବଲ ଭାବେ ସେ ପୋଲିସରେ ଯୋଗ ଦେଇଥିବା ବେଳେ ପରେ ସ୍ପେଶାଲ ପୋଲିସ ଅପରେସନ ବା ଏସପିଓ ଭାବେ ପଦୋନ୍ନତି ପାଇଥିଲା । ଗତ ତିନି ବର୍ଷ ହେବ ନବୀଦ ପୋଲିସ ଚାକିରି ଛାଡି ଆତଙ୍କବାଦୀ ସଙ୍ଗଠନରେ ସ୍ଥାୟୀ ଭାବେ ଯୋଗ ଦେଇଥିଲା ବେଳେ ଏହା ପୂର୍ବରୁ ଦବିନ୍ଦରଙ୍କ ସହ ସେ ସମ୍ପର୍କ ଗଢିଥିଲା ।

1,060

କନକ ବ୍ୟୁରୋ: ଆତଙ୍କବାଦୀଙ୍କ ସହ ଗିରଫ ହୋଇଥିବା ତଥା ପୋଲିସରୁ ବହିଷ୍କୃତ ହୋଇଥିବା ଜାମ୍ମୁ-କାଶ୍ମୀର ଡିଏସପି ଦବିନ୍ଦର ସିଂଙ୍କୁ ନେଇ ସାମ୍ନାକୁ ଆସୁଛି ଗୋଟେ ପରେ ଗୋଟେ ବଡ ଖବର । ଗିରଫ ପରେ ତାଙ୍କ ଆତଙ୍କୀ ଲିଙ୍କ ନେଇ ଗୁମର ଫିଟୁଥିବା ବେଳେ ଏବେ ପର୍ଦ୍ଦାଫାସ ହୋଇଛି ଦବିନ୍ଦରଙ୍କ ଆତଙ୍କୀ କାହାଣୀର କଳା କାରନାମା କଥା ।

ତେବେ କାରରେ ଦବିନ୍ଦରଙ୍କ ସହ ବସିିଥିବା ହିଜବୁଲ ଆତଙ୍କବାଦୀ ନବୀଦ ଅହମ୍ମଦ ହେଉଛି ଦବିନ୍ଦରଙ୍କ ଘନିଷ୍ଠ ବନ୍ଧୁ । ଦୀର୍ଘ ସାତ ବର୍ଷ ହେବ ନବୀଦ ସହ ଦବିନ୍ଦରଙ୍କ ସମ୍ପର୍କ ଥିବା ବେଳେ ସେହିଦିନ ଠାରୁ ସେମାନେ ଉଭୟ ଆତଙ୍କବାଦୀଙ୍କ ଲିଙ୍କରେ ରହି ଆସିଛନ୍ତି । ଦବିନ୍ଦରଙ୍କୁ ଏନଆଇଏ ଜେରା କରିବା ବେଳେ ଏଭଳି ସତ ବଖାଣିଛନ୍ତି ଗିରଫ ଡିଏସପି ।

ସବୁଠାରୁ ବଡ କଥା ହେଉଛି ଗିରଫ ହିଜବୁଲ ଆତଙ୍କବାଦୀ ନବୀଦ ଅହମ୍ମଦ ଜଣେ ପୋଲିସ ଅଫିସର ଥିଲା । କନଷ୍ଟେବଲ ଭାବେ ସେ ପୋଲିସରେ ଯୋଗ ଦେଇଥିବା ବେଳେ ପରେ ସ୍ପେଶାଲ ପୋଲିସ ଅପରେସନ ବା ଏସପିଓ ଭାବେ ପଦୋନ୍ନତି ପାଇଥିଲା । ଗତ ତିନି ବର୍ଷ ହେବ ନବୀଦ ପୋଲିସ ଚାକିରି ଛାଡି ଆତଙ୍କବାଦୀ ସଙ୍ଗଠନରେ ସ୍ଥାୟୀ ଭାବେ ଯୋଗ ଦେଇଥିଲା ବେଳେ ଏହା ପୂର୍ବରୁ ଦବିନ୍ଦରଙ୍କ ସହ ସେ ସମ୍ପର୍କ ଗଢିଥିଲା ।

ହିଜବୁଲ ମଜାହିଦ୍ଦିନ ଆତଙ୍କୀ ସଙ୍ଗଠନ ସହ ପ୍ରଥମେ ନବୀଦ ଯୋଗ ଦେବା ପରେ ଦବିନ୍ଦର ସାମିଲ ହୋଇଥିଲେ । ପୋଲିସରେ ରହି ଆତଙ୍କୀ ସଙ୍ଗଠନ ପାଇଁ ଦୀର୍ଘ ୭ ବର୍ଷ ହେବ ଦବିନ୍ଦର କାମ କରି ଆସୁଥିଲେ । ୨୦୧୩ରେ ନବୀଦ ସହ ଦବିନ୍ଦରଙ୍କ ବନ୍ଧୁତା ହୋଇଥିବା ବେଳେ ଉଭୟ ଉଭୟଙ୍କ ପରିବାର ସହ ମଧ୍ୟ ସମ୍ପର୍କରେ ଥିଲେ । ଖାଲି ସମ୍ପର୍କରେ ନଥିଲେ ବରଂ ଅନେକ ଥର ଦୁର୍ଦ୍ଦାନ୍ତ ଆତଙ୍କବାଦୀ ନବୀଦର ଘର ଲୋକଙ୍କୁ ମଧ୍ୟ ନେବା ଆଣିବାରେ ସାହାଯ୍ୟ କରିଛନ୍ତି ଦବିନ୍ଦର ।

୨୦୧୭ରେ ହିଜବୁଲରେ ସାମିଲ ହୋଇଥିବା ନବୀଦ ନାଁରେ ମୋଟ ୧୭ଟି ମାମଲା ଥିଲା । ବଡ ବଡ ହମଲାରେ ସାମିଲ ଥିବା ନବୀଦ ସହ ଦବିନ୍ଦରଙ୍କ ସତ ସାମ୍ନାକୁ ଆଣିଛି ଏନଆଇଏ । ଆଉ ବଡ କଥା ହେଉଛି ଦବିନ୍ଦର ଦେଶର ଖବର ଆତଙ୍କୀଙ୍କୁ ଦେଇ ଅଧିକ ଟଙ୍କା ପାଉଥିଲା