ରାଜ୍ୟରେ ୨୪ ଘଂଟାରେ ନୂଆ ୨୧୯୬ କରୋନା ସଂକ୍ରମିତ ଚିହ୍ନଟ । କ୍ୱାରେଣ୍ଟିନ୍ ସେଣ୍ଟରରୁ ୧୨୭୪, ଲୋକାଲ କେସ ୯୯୨

166

କନକ ବ୍ୟୁରୋ : ରାଜ୍ୟରେ କମୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । କିଛି ସପ୍ତାହ ପୂର୍ବରୁ ଦୈନିକ ୪ ହଜାର ଉପରେ ସଂକ୍ରମିତ ଚହ୍ନଟ ହେଉଥିବା ବେଳେ ଏବେ ୨ ହଜାର ପାଖା ପାଖି ପହଂଚିଛି କରୋନା ସଂକ୍ରମଣ ।
ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ୨୯ ଟି ଜିଲ୍ଲାରୁ ୨୨୯୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନୁଗୁଳ ୧୦୭,ବାଲେଶ୍ୱର ୧୦୪, ବରଗଡ ୮୦, ଭଦ୍ରକ ୧୬, ବଲାଙ୍ଗୀର ୭୧, ବୌଦ୍ଧ ୩୨, କଟକ ୧୭୫, ଢେଙ୍କାନାଳ ୩୩, ଗଜପତି ୭ ଗଞ୍ଜାମ ୧୩, ଜଗତସିଂହପୁର ୮୬, ଯାଜପୁର ୧୧୩, ଝାରସୁଗୁଡା ୭୧, କଳାହାଣ୍ଡି ୯୪, କନ୍ଧମାଳ ୩୪, କେନ୍ଦ୍ରାପଡା ୮୨, କେନ୍ଦୁଝର ୬୭, ଖୋର୍ଦ୍ଦା ୨୫୯, କୋରାପୁଟ ୨୯, ମାଲକାନଗିରି, ୩୮, ମୟୁରଭଞ୍ଜ ୧୧୯, ନବରଙ୍ଗପୁର ୫୦, ନୟାଗଡ ୨୦, ନୂଆପଡା ୧୦୮, ପୁରୀ ୭୭, ରାୟଗଡା ୧୪, ସମ୍ବଲପୁର ୩୭, ସୋନପୁର ୭୦, ସୁନ୍ଦରଗଡ ୧୪୦, ଷ୍ଟେଟ୍ ପୋଲ୍ ୫୦ ।
ଏହାସହ ରାଜ୍ୟରେ ୨୪ ଘଂଟା ମଧ୍ୟରେ ୨୮୫୦ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ମୋଟ ଟେଷ୍ଟିଂ ସଂଖ୍ୟା ୪ ଲକ୍ଷ ୧ ହଜାର ୬୫ ହୋଇଥିବା ବେଳେ ସେମାନଙ୍କ ଭିତରୁ ମୋଟ ୨ ଲକ୍ଷ ୬୬ ହଜାର ୩୪୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ମୋଟ ସଂକ୍ରମିତ ମାନଙ୍କ ମଧ୍ୟରୁ ୨ ଲକ୍ଷ ୪୧ ହଜାର ୩୮୫ ଜଣ ସୁସ୍ଥ ହୋଇଥିବା ବେଳେ ୨୩ ହଜାର ୭୮୬ ଜଣ ଚିକିତ୍ସାଧିନ ଅଛନ୍ତି ।