୨୦୨୪ ନିର୍ବାଚନ ପୂର୍ବରୁ ଆସିଲା ଦେଶର ସବୁଠୁ ବଡ଼ ବୁଥବାହୁଡ଼ା ମତ: କାହାକୁ ବାଛିଲେ ୫ ରାଜ୍ୟର ଜନତା

209

କନକ ବ୍ୟୁରୋ: ୨୦୨୪ ସାଧରଣ ନିର୍ବାଚନ ପୂର୍ବରୁ ସାମ୍ନାକୁ ଆସିଛି ଦେଶର ସବୁଠୁ ବଡ଼ ବୁଥ ବାହୁଡ଼ା ମତ । ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, ଛତିଶଗଡ଼, ମିଜୋରାମ ବିଧାନସଭା ନିର୍ବାଚନ ଶେଷ ହୋଇଛି । ଡିସେମ୍ବର ୩ରେ ହେବ ଭୋଟ ଗଣତି । ୨୦୨୪ ନିର୍ବାଚନ ପୂର୍ବରୁ ଏହାକୁ ସେମିଫାଇନାଲ କୁହାଯାଉଛି । ତେଣୁ ଏହି ନିର୍ବାଚନରେ ଫଳାଫଳ କଣ ହେବ, ଏହା ଉପରେ ରହିଛି ସାରା ଦେଶର ନଜର । ଗଣତି ପୂର୍ବରୁ ଏଗ୍ଜିଟ୍ ପୋଲ୍ ଆକଳନ ଆସିଛି । ୫ଟି ରାଜ୍ୟରେ କେଉଁ ଦଳ ସପକ୍ଷରେ ରହିଛି ଜନମତ, ଭୋଟ ଦେଇ ସାରି କଣ କହୁଛନ୍ତି ମତଦାତା, ସେନେଇ ଅଙ୍କକଷା ହୋଇଛି । ପ୍ରାଥମିକ ଆକଳନରୁ ଜଣାପଡିଛି, ବିଜେପି ଓ କଂଗ୍ରେସ ମଧ୍ୟରେ ଟକ୍କର ହୋଇଛି । ଅଧିକାଂଶ ଏଗଜିଟ୍ ପୋଲ୍ କହୁଛି ଛତିଶଗଡ଼ରେ କଂଗ୍ରେସର ପଲା ଭାରି । ତେଲେଙ୍ଗାନାରେ କଂଗ୍ରେସ ଆଗରେ ଥିବା ଆକଳନ କରାଯାଉଥିବା ବେଳେ ରାଜସ୍ଥାନରେ ଆଗରେ ରହିଛି ବିଜେପି । ଆଉ ମଧ୍ୟପ୍ରଦେଶରେ ଦୁଇ ଦଳ ମଧ୍ୟରେ ହୋଇଛି କଡ଼ା ଟକ୍କର ।