ମହାକାଶକୁ ଯିବ ମଦ ! ଅଷ୍ଟ୍ରେଲିଆରେ ତିଆରି ହେଉଛି ସ୍ୱତନ୍ତ୍ର ପ୍ରକାରର ବୋତଲ ।

60

କୁହାଯାଏ, ମଦ ପିଇବା ପରେ ଲୋକମାନଙ୍କୁ ସ୍ୱର୍ଗଯାତ୍ରା କଲା ଭଳି ଲାଗିଥାଏ । କିନ୍ତୁ ସେହି ମଦକୁ ଏବେ ସତରେ ସ୍ୱର୍ଗ ଯାତ୍ରା କରାଇବ ମନୁଷ୍ୟ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ବହୁତ ଶୀଘ୍ର ବିୟରକୁ ଅନ୍ତରିକ୍ଷ ପଠାଯିବ । ଆଉ ଏଥିପାଇଁ ପ୍ରସ୍ତୁତି ଜାରି ରହିଛି । ଯଦି ଏହା ସମ୍ଭବ ହେଲା ହେଲା ତେବେ ଅନ୍ତରିକ୍ଷକୁ ଯାଉଥିବା ମହାକାଶଚାରୀମାନେ ସେଠାରେ ବିୟର ପିଇବାର ମଜା ନେଇପାରିବେ ।

ଏହା ପାଇଁ ଏକ ସ୍ୱତନ୍ତ୍ର ପ୍ରକାର ବୋଟଲ ଡିଜାଇନ କରାଯାଇଛି । ଯାହାକୁ ଅଷ୍ଟ୍ରେଲିଆର ଦୁଇଟି କମ୍ପାନୀ ତିଆରି କରିଛନ୍ତି । ଏହି ବୋଟଲରେ ପ୍ୟାସିଭ ସ୍ପିଡ ସିଷ୍ଟମର ବ୍ୟବହାର କରାଯାଇଛି । ଏହା ଦ୍ୱାରା ବିୟରକୁ ଅନ୍ତରିକ୍ଷରେ ତଳୁ ଉପର ପର୍ଯ୍ୟନ୍ତ ଆଣିବ ।

ଦୁଇଟି କମ୍ପାନୀ ଦ୍ୱାରା ମିଳିତ ଭାବରେ ତିଆରି କରାଯାଉଥିବା ଏହି ପ୍ରୋଜେକ୍ଟର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ରହିଛି । ଏବଂ କମ୍ପାନୀ ଏହି ବୋଟଲ ଉପରେ କାମ କରୁଛନ୍ତି । ବର୍ତ୍ତମାନ ସମୟରେ ମାଇକ୍ରୋ ଗ୍ରାଭିଟି ତିଆରି କରାଯିବା ନେଇ ପ୍ରସ୍ତୁତି ଚାଲିଛି । ଏହା ପରେ ଏହାକୁ ପୃଥିବୀ ପୃଷ୍ଠରେ ପେରାବୋଲିକ ଫ୍ଲାଇଟରେ ଟେଷ୍ଟ କରାଯିବ । ଏହା ପୂର୍ବରୁ ଅଷ୍ଟ୍ରେଲିଆର ବିୟର କମ୍ପାନୀ ୪ ପାଇନ୍ସ ଏବଂ ସ୍ପେଶ ଇଞ୍ଜିନିୟରିଂ କମ୍ପାନୀ ସବେରର ମିଳିତ ଉଦ୍ୟମରେ ଭୋଷ୍ଟୋକ ସ୍ପେଶ ବିୟର ପ୍ରସ୍ତୁତ କରିଥିଲେ ।

ଏହାର ନାମ ସେହି ମହାକାଶ ଯାନ ନାଁରେ ରଖାଯାଇଥିଲା ଯିଏକି ୧୯୬୧ ମସିହାରେ ୟୁରି ଗାଗରିନଙ୍କୁ ଅନ୍ତରିକ୍ଷକୁ ନେଇ ଯାଇଥିଲା । ଏହା ପରେ ଏହି ଦୁଇଟି କମ୍ପାନୀ ଏହା ଉପରେ କାମ ଆରମ୍ଭ କରିଦେଇଥିଲେ । ଏହି କମ୍ପାନୀ ଗୁଡିକ ଏହି ଡିଜାଇନକୁ ବାସ୍ତବତାରେ ପରିଣତ କରିବା ପାଇଁ ୧ଲକ୍ଷ ଡଲାରର ଫଣ୍ଡ ଏକତ୍ରିତ କରିବାରେ ଲାଗିପଡିଛନ୍ତି । ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଫଣ୍ଡକୁ ବୋଟଲର ଇଣ୍ଡଷ୍ଟ୍ରିୟଲ ଡିଜାଇନ ପୁରା କରିବାରେ ବିନିଯୋଗ କରାଯିବ । ତେବେ ସୂଚନା ଅନୁଯାୟୀ, ସ୍ପେଶରେ ଆଲକହଲ ସେବନକୁ ନେଇ କଠୋର ନିୟମ ରହିଛି ।
ତେବେ ଏହି ରିସର୍ଚ୍ଚ କେବଳ ଏଥି ପାଇଁ ନୁହେଁ ଯେ, ସ୍ପେଶରେ ବିୟରର ମଜା ନିଆଯାଇପାରିବ । ବରଂ ଏହା ଜାଣିବାକୁ ମଧ୍ୟ ମିଳିବ ଯେ, ମାଇକ୍ରୋଗ୍ରାଭିଟିରେ ପିଇବାର ଅଭ୍ୟାସ କେମିତି ପ୍ରଭାବିତ ହେଉଛି ।