କନକ ବ୍ୟୁରୋ: ରାଜନୈତିକ ରାଲିରେ ମହୁମାଛି ଆକ୍ରମଣ । ଫଳରେ ଶହେରୁ ଅଧିକ ସାମାନ୍ୟ ଆହତ । ଏଭଳି ଦୃଶ୍ୟ ଆସିଛି ନବରଙ୍ଗପୁର ଜିଲ୍ଲା ରାଇଘରରୁ । ଶୁକ୍ରବାର ରାଇଘର ଠାରେ ବିଜେପି ପକ୍ଷରୁ ଏକ ରାଲି କରାଯାଇଥିଲା । ରାଜ୍ୟ ସରକାରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ବିଜେପି ପକ୍ଷରୁ ଏହି ରାଲି କରାଯାଇଥିଲା । ଏହାସହ ଶୋଭାଯାତ୍ରାକାରୀମାନେ ବିଡିଓଙ୍କୁ ଏକ ଦାବିପତ୍ର ଦେବାକୁ ଯାଇଥିଲେ । ଏହି ସମୟରେ ମହୁମାଛି ଆକ୍ରମଣ କରିଥିଲା । ଫଳରେ ଶହେରୁ ଅଧିକ ଆହତ ହୋଇଥିଲେ । ସେମାନଙ୍କୁ ରାଇଘର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରେରେ ଚିକିତ୍ସା କରାଯାଇଛି ।

Advertisment

ବିଧାୟକ ନିତ୍ୟାନନ୍ଦ ଗଣ୍ଡ ମଧ୍ୟ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ । ତେବେ ଏହି ମହୁମାଛି ଆକ୍ରମଣକୁ ନେଇ ରାଜନୀତି ତେଜିଛି । କାରଣ ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଶୋଭାଯାତ୍ରା ଉପରେ କୌଶଳ କ୍ରମେ ବିଜେଡି ପକ୍ଷରୁ ଏହି ମହୁମାଛି ଆକ୍ରମଣ କରାଯାଇଛି । ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।