କନକ ବ୍ୟୁରୋ: ଝାଡଖଣ୍ଡ ମୁକ୍ତିମୋର୍ଚ୍ଚାର ମିଶ୍ରଣ ପର୍ବରେ ମହୁମାଛି ଭୟ । ରାଉରକେଲା ବୀରମିତ୍ରପୁରରେ ଜେଏମଏମର ମିଶ୍ରଣ ପର୍ବ ଚାଲିଥିବା ବେଳେ ମହୁମାଛି ଆକ୍ରମଣ କରିଛି । ବୀରମିତ୍ରପୁର ବିଏସଏଲ କଂପାନୀ ଡାଇରେକ୍ଟର ବଙ୍ଗଳାରେ ଚାଲିଥିବା ଜେଏମଏମର ବୈଠକରେ ମହୁମାଛି ଲୋକଙ୍କୁ ଗୋଡେଇ ଗୋଡେଇ କାମୁଡିଛି । ମହୁମାଛି ଆକ୍ରମଣରୁ ବର୍ତିବା ପାଇଁ ଉପସ୍ଥିତ ଲୋକେ ମୁହଁକୁ ଘୋଡେଇ ସଭାସ୍ଥଳ ଛାଡୁଥିବା କ୍ୟାମେରାରେ କଏଦ ହୋଇଛି । ମୋଟ ୨୦ ଜଣ ପୁରୁଷ ଓ ମହିଳା ମୁହମାଛି ଆକ୍ରମଣରେ ଆହତ ହୋଇଛନ୍ତି । ସେମାନଙ୍କୁ ବୀରମିତ୍ରପୁର ଡାକ୍ତରଖାନାରେ ଭର୍ତି କରାଯାଇଛି ।
ଜେଏମଏମର ମିଶ୍ରଣ ପର୍ବରେ ମହୁମାଛି ଆତଙ୍କ: ରାଉରକେଲା ବୀରମିତ୍ରପୁରରେ ବୈଠକ ବେଳେ ଅଘଟଣ
/kanak/media/post_attachments/wp-content/uploads/2024/03/25-10.jpg)