କନକ ବ୍ୟୁରୋ : ମହୁମାଛି ଆକ୍ରମଣରେ ୫ ଜଣ ଛାତ୍ରୀ ଏବଂ ଜଣେ ଶିକ୍ଷୟିତ୍ରୀ ଆହତ । ଦୁଇ ଗୁରୁତର । ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଆହତମାନେ ଭର୍ତ୍ତି ହୋଇଛନ୍ତି । ଗଛରେ ଧୂଁଆ ବାଜିବାରୁ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଉଚ୍ଚ ବିଦ୍ୟାଳୟକୁ ପଶି ଆସିଥିଲେ ମହୁମାଛି ।

Advertisment

ପରେ ଛାତ୍ର ଛାତ୍ରୀ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଆକ୍ରମଣ କରିଥିଲା ମହୁମାଛି । ଫଳରେ ୫ ଜଣ ଛାତ୍ରୀ ଏବଂ ଜଣେ ଶିକ୍ଷୟିତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଛାତ୍ରୀ ଏବଂ ଜଣେ ଶିକ୍ଷୟିତ୍ରୀ ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି କରାଯାଇଛିା ଗୁରୁତର ଥିବା ଛାତ୍ରୀଙ୍କ ନାମ ଲିପି ବେହେରା ଏବଂ ଶିକ୍ଷୟିତ୍ରୀଙ୍କ ନନ୍ଦିନୀପ୍ରଭା ମହାପାତ୍ର ।