ଫେସନର କେନ୍ଦ୍ର ଭାବେ ଜଣାଶୁଣା ପ୍ୟାରିସ ଏବେ ଓଡ଼ଶ ମାନଙ୍କର ଚରାଭୂଇଁ । ନିଜକୁ ଏତେ ଅତ୍ୟାଧୁନିକ ଦେଖେଇ ହେଉଥିବା ଫ୍ରାନସ କାହିଁକି କରିପାରୁନି ଏମାନଙ୍କୁ ନିୟନ୍ତ୍ରଣ ?

Kanak News is now on WhatsApp
Join and get latest news updates delivered to you via WhatsApp
ଯେତେବେଳେ କୌଣସି ଦେଶର ନାଗରିକ ବିଦେଶକୁ ଯାଇଥାଏ ତାକୁ ସମ୍ପୃକ୍ତ ଦେଶ ବିଷୟରେ କିଛି ସାବଧାନତା ଅବଲମ୍ବନ କରିବାକୁ ଉପଦେଶାବଳୀ ଦିଆଯାଇଥାଏ । ଯେମିତି ଅମୁକ ସହରକୁ ଗଲେ ଠକଙ୍କ ବିଷୟରେ ଧ୍ୟାନ ରଖିବେ, କେଉଁଠି ଚୋରୀ ତ କେଉଁଠି ଲୁଟପାଟ ହେବାର ସମ୍ଭାବନା ଥାଏ । କିନ୍ତୁ ଆପଣଙ୍କୁ ଯଦି କୁହାଯାଏ ଆପଣ ଅମୁକ ଦେଶକୁ ଗଲେ ଓଡ଼ଶ ମାନଂକଠୁ ଜଗିକି ଚଳିବେ ତେବେ ଆପଣ ସାମନାରେ ସେ ଦେଶର ଛବି କେମିତି ଦେଖାଯିବ ? ଠିକ ଆଜି ଏଇଆ ଘଟିଛି ଫ୍ରାନସ ବିଷୟରେ । ଯେଉଁମାନେ ଆଜିବି ଭାରତ ପରି ଦେଶକୁ ତୃତୀୟ ବିଶ୍ବର ଦେଶ କହି ହୀନ ଦୃଷ୍ଟିରେ ଦେଖନ୍ତି ସେମାନେ ଆଜି ସାମାନ୍ୟ ଓଡ଼ଶ ଭୟରେ ଆତଙ୍କିତ । ତାହା ସେମାନଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି ।
ଆଜି ପ୍ୟାରିସର ମେଟ୍ରୋ ସିଟରେ , ଥିଏଟରରେ , ହୋଟେଲ ବେଡ଼ ଇତ୍ୟାଦି ଇତ୍ୟାଦି ସବୁ ସ୍ଥାନରେ ଓଡ଼ଶ ଭର୍ତ୍ତି ହେଇ ରହିଛନ୍ତି । ତାଙ୍କ ସରକାର ସେମାନଙ୍କୁ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ ବିଫଳ ହେଇଛି ।
ଏବେ ସୋସିଆଲ ମେଡିଆରେ ଲୋକମାନେ ଓଡ଼ଶ କାମୁଡ଼ିଥିବାର କ୍ଷତ ଚିହ୍ନ ସେୟାର କରିବାରେ ଲାଗିଛନ୍ତି । ଏହା ମଧ୍ୟ ଆଲୋଚନା ହେଉଛି ଯେ ପ୍ୟାରିସରୁ ଆସୁଥିବା ଲୋକଙ୍କ ପାଇଁ ସେମାନକ ଦେଶରେ ପ୍ରବେଶ ଅନୁମତି ଦିଆନଯାଉ । ଯେମିତି କୋରୋନା ସମୟରେ ପ୍ରତିବନ୍ଧ ଲଗାଯାଇଥିଲା । ଲୋକମାନେ କହୁଛନ୍ତି ଯେ ଓଡ଼ଶ ହେଉଛନ୍ତି ଦୁନିଆର ସବୁଠୁ ବଡ଼ ଶୈତାନ । ଯିଏ ଆପଣଙ୍କ ଶାନ୍ତି, ସହ ଆପଣଙ୍କ ଫର୍ଣିଚର ସବୁ ନଷ୍ଟ କରିଦେବ ।
୨୦୨୪ ରେ ପ୍ୟାରିସରେ ଅଲମ୍ପିକ ଆୟୋଜନ ହେବାର ଅଛି । ଏପରି ସ୍ଥିତିରେ ଏହା କିପରି ସମ୍ଭବ ବୋଲି ଲୋକମାନେ ପ୍ରଶ୍ନ କରିବା ଆରମ୍ଭ କରିଦେଲେଣି । ସେହିପରି ଫେସନ ୱିକକୁ ଆସୁଥିବା ଲୋକମାନନକୁ ସତର୍କ କରାଯାଉଛି ସେମାନେ ଓଡ଼ଶ ମାନଙ୍କଠୁ କେମିତି ରକ୍ଷା ପାଇବେ । ସର୍ବସାଧାରଣ ସ୍ଥାନ ମାନଙ୍କରେ ଯେପରି ବସ, ମେଟ୍ରୋ କି ଥିଏଟର ସିଟରେ ନ ବସିବା ଲାଗି କୁହାଯାଉଛି । ଓଡ଼ଶ ମାରିବା ଓଷଧ ନିଜ ସହ ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଉଛି ।
ଛୋଟ ଛୋଟ କଥାରେ ଭାରତର ଦୋଷ ଖୋଜୁଥିବା ବିଦେଶୀ ମିଡ଼ିଆ କିନ୍ତୁ ଏହାକୁ ଏକ ସାଧାରଣ ସମସ୍ୟା କହି ଚୁପ ରହିଛି । ସ୍ଵଚ୍ଛତା ବିଷୟରେ ସର୍ବଦା ଉପଦେଶ ଦେଉଥିବା ପଶ୍ଚିମଦେଶ ମାନେ ଏ ବିଷୟରେ ମୁହଁ ଖୋଲୁନାହାନ୍ତି । କଣ ଓଡ଼ଶ ଦ୍ଵାରା ରୋଗ ବ୍ୟାପିବ ନାହିଁ କି ? ଏପରି ପ୍ରଶ୍ନ ସମସ୍ତଙ୍କ ମୁଣ୍ଡରେ ଉଙ୍କି ମାରିଲାଣି ।