ଫେସନର କେନ୍ଦ୍ର ଭାବେ ଜଣାଶୁଣା ପ୍ୟାରିସ ଏବେ ଓଡ଼ଶ ମାନଙ୍କର ଚରାଭୂଇଁ । ନିଜକୁ ଏତେ ଅତ୍ୟାଧୁନିକ ଦେଖେଇ ହେଉଥିବା ଫ୍ରାନସ କାହିଁକି କରିପାରୁନି ଏମାନଙ୍କୁ ନିୟନ୍ତ୍ରଣ ?

Advertisment

ଯେତେବେଳେ କୌଣସି ଦେଶର ନାଗରିକ ବିଦେଶକୁ ଯାଇଥାଏ ତାକୁ ସମ୍ପୃକ୍ତ ଦେଶ ବିଷୟରେ କିଛି ସାବଧାନତା ଅବଲମ୍ବନ କରିବାକୁ ଉପଦେଶାବଳୀ ଦିଆଯାଇଥାଏ । ଯେମିତି ଅମୁକ ସହରକୁ ଗଲେ ଠକଙ୍କ ବିଷୟରେ ଧ୍ୟାନ ରଖିବେ, କେଉଁଠି ଚୋରୀ ତ କେଉଁଠି ଲୁଟପାଟ ହେବାର ସମ୍ଭାବନା ଥାଏ । କିନ୍ତୁ ଆପଣଙ୍କୁ ଯଦି କୁହାଯାଏ ଆପଣ ଅମୁକ ଦେଶକୁ ଗଲେ  ଓଡ଼ଶ ମାନଂକଠୁ ଜଗିକି ଚଳିବେ ତେବେ ଆପଣ ସାମନାରେ ସେ ଦେଶର ଛବି କେମିତି ଦେଖାଯିବ ? ଠିକ ଆଜି ଏଇଆ ଘଟିଛି ଫ୍ରାନସ ବିଷୟରେ । ଯେଉଁମାନେ ଆଜିବି ଭାରତ ପରି ଦେଶକୁ ତୃତୀୟ ବିଶ୍ବର ଦେଶ କହି ହୀନ ଦୃଷ୍ଟିରେ ଦେଖନ୍ତି ସେମାନେ ଆଜି ସାମାନ୍ୟ ଓଡ଼ଶ ଭୟରେ ଆତଙ୍କିତ । ତାହା ସେମାନଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି ।

ଆଜି ପ୍ୟାରିସର ମେଟ୍ରୋ ସିଟରେ , ଥିଏଟରରେ , ହୋଟେଲ ବେଡ଼ ଇତ୍ୟାଦି ଇତ୍ୟାଦି ସବୁ ସ୍ଥାନରେ ଓଡ଼ଶ ଭର୍ତ୍ତି ହେଇ ରହିଛନ୍ତି । ତାଙ୍କ ସରକାର ସେମାନଙ୍କୁ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ ବିଫଳ ହେଇଛି ।  

ଏବେ ସୋସିଆଲ ମେଡିଆରେ ଲୋକମାନେ ଓଡ଼ଶ କାମୁଡ଼ିଥିବାର କ୍ଷତ ଚିହ୍ନ ସେୟାର କରିବାରେ ଲାଗିଛନ୍ତି । ଏହା ମଧ୍ୟ ଆଲୋଚନା ହେଉଛି ଯେ ପ୍ୟାରିସରୁ ଆସୁଥିବା ଲୋକଙ୍କ ପାଇଁ ସେମାନକ ଦେଶରେ ପ୍ରବେଶ ଅନୁମତି ଦିଆନଯାଉ । ଯେମିତି କୋରୋନା ସମୟରେ ପ୍ରତିବନ୍ଧ ଲଗାଯାଇଥିଲା । ଲୋକମାନେ କହୁଛନ୍ତି ଯେ ଓଡ଼ଶ ହେଉଛନ୍ତି ଦୁନିଆର ସବୁଠୁ ବଡ଼ ଶୈତାନ । ଯିଏ ଆପଣଙ୍କ ଶାନ୍ତି, ସହ ଆପଣଙ୍କ ଫର୍ଣିଚର ସବୁ ନଷ୍ଟ କରିଦେବ ।

୨୦୨୪ ରେ ପ୍ୟାରିସରେ ଅଲମ୍ପିକ ଆୟୋଜନ ହେବାର ଅଛି । ଏପରି ସ୍ଥିତିରେ ଏହା କିପରି ସମ୍ଭବ ବୋଲି ଲୋକମାନେ ପ୍ରଶ୍ନ କରିବା ଆରମ୍ଭ କରିଦେଲେଣି । ସେହିପରି ଫେସନ ୱିକକୁ ଆସୁଥିବା ଲୋକମାନନକୁ ସତର୍କ କରାଯାଉଛି ସେମାନେ ଓଡ଼ଶ ମାନଙ୍କଠୁ କେମିତି ରକ୍ଷା ପାଇବେ । ସର୍ବସାଧାରଣ ସ୍ଥାନ ମାନଙ୍କରେ ଯେପରି ବସ, ମେଟ୍ରୋ କି ଥିଏଟର ସିଟରେ ନ ବସିବା ଲାଗି କୁହାଯାଉଛି । ଓଡ଼ଶ ମାରିବା ଓଷଧ ନିଜ ସହ ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଉଛି ।

ଛୋଟ ଛୋଟ କଥାରେ ଭାରତର ଦୋଷ ଖୋଜୁଥିବା ବିଦେଶୀ ମିଡ଼ିଆ କିନ୍ତୁ ଏହାକୁ ଏକ ସାଧାରଣ ସମସ୍ୟା କହି ଚୁପ ରହିଛି । ସ୍ଵଚ୍ଛତା ବିଷୟରେ ସର୍ବଦା ଉପଦେଶ ଦେଉଥିବା ପଶ୍ଚିମଦେଶ ମାନେ ଏ ବିଷୟରେ ମୁହଁ ଖୋଲୁନାହାନ୍ତି । କଣ ଓଡ଼ଶ ଦ୍ଵାରା ରୋଗ ବ୍ୟାପିବ ନାହିଁ କି ? ଏପରି ପ୍ରଶ୍ନ ସମସ୍ତଙ୍କ ମୁଣ୍ଡରେ ଉଙ୍କି ମାରିଲାଣି ।