କନକ ବ୍ୟୁରୋ : ସାରା ବିଶ୍ୱର କ୍ରିକେଟ ଖେଳାଳୀଙ୍କ ତୁଳନାରେ ଭାରତୀୟ କ୍ରିକେଟ ଖଳାଳୀ ଓ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଅଧିକ ଧନୀ । ହେଲେ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ କି ଏବେ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ବିରାଟ କୋହଲି ହେଉଛନ୍ତି ସୋସିଆଲ ମିଡିଆରୁ ସବୁଠୁ ଅଧିକ ରୋଜଗାର କରୁଥିବା ଏସିଆ ମହାଦେଶର ଖେଳାଳୀ ।

Advertisment

ଟିମ୍ ଇଣ୍ଡିଆର ଏହି ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ପ୍ରଦର୍ଶନ କିଛିଦିନ ହେବ ଖରାପ ରହିଛି । ଗତ ୩ ବର୍ଷ ମଧ୍ୟରେ କୌଣସି ଫର୍ମାଟରେ ସେ ଶତକ ମାରିବାରେ ସଫଳ ହୋଇ ନାହାଁନ୍ତି   । ହେଲେ ଆଜି ବି ସୋସିଆଲ ମିଡିଆରେ ଜଣେ ସେଲିବ୍ରେଟି ଭାବେ ସେ ଛାଇ ହୋଇ ରହିଛନ୍ତି ।

ଭାରତୀୟ କ୍ରିକେଟ ଟିମର ଏହି ୩୩ ବର୍ଷିୟ ତାରକା ଖେଳାଳୀ ତାଙ୍କର ପ୍ରତିଟି ଇନଷ୍ଟାଗ୍ରାମ ପୋଷ୍ଟରୁ ୮ କୋଟି ଟଙ୍କା ରୋଜଗାର କରୁଛନ୍ତି । କୁହାଯାଇଛି କି ଏସିଆ ମହାଦେଶର ଖେଳାଳୀମାନେ ସୋସିଆଲ ମିଡିଆରୁ ଯାହା ରୋଜଗାର କରୁଛନ୍ତି ସେହି କ୍ରମରେ ସବୁଠାରୁ ଆଗରେ ରହିଛନ୍ତି ବିରାଟ କୋହଲି ।

hopperhq.com ତରଫରୁ ଏବେ ୨୦୨୨ ମସିହାର ସବୁଠାରୁ ଧନୀ ତାଲିକା ପ୍ରକାଶ କରାଯାଇଛି । ଏହି ତାଲିକାରେ ପ୍ରକାଶ ପାଇଥିବା ଖେଳାଳୀ ମଧ୍ୟରେ ସବୁଠାରୁ ଆଗରେ ରହିଛନ୍ତି ପର୍ତ୍ତୁଗାଲର ଫୁଟବଲ ଖେଳାଳୀ କ୍ରିଷ୍ଟିୟାନୋ ରୋନାଲ୍ଡୋ ଓ ଆର୍ଜେଣ୍ଟିନାର ଲିୟୋନଲ ମେସି । ଏହି ତାଲିକାରେ ୧୪ ନମ୍ବର ସ୍ଥାନରେ ବିରାଟ କୋହଲି ରହିଛନ୍ତି । ସେହିପରି ବଲିଉଡ ତାରକା ପ୍ରିୟଙ୍କା ଚୋପ୍ରା ୨୭ ତମ ସ୍ଥାନରେ ରହିଛନ୍ତି ।