ନିଜ ଅର୍ଥ ଓ ଶ୍ରମଦାନରେ ମଶାଣିର ରୂପ ବଦଳାଇଛନ୍ତି ସାଲେପୁରର ମଶାଣି ମଣିଷ ମନୋରଂଜନ ବେହେରା

120

କନକ ବ୍ୟୁରୋ : ଶ୍ମଶାନର ନାଁ ସୁନ୍ଦର ବନ । ଆପଣମାନେ ଦେଖୁଛନ୍ତି, କଟକ ସାଲେପୁର ବ୍ଲକ ଅଧିନସ୍ଥ ଲୁଣାହରା ଗାଁ ମଶାଣିର ଦୃଶ୍ୟ । ମଶାଣି ପ୍ରତି ଲୋକ ମନରେ ଥିବା ଭୟ ଦୂର କରି ଗଛ ଲଗାଇ ସୁନ୍ଦର ପରିବେଶ ସୃଷ୍ଟି କରିଛନ୍ତି ସେହି ଗାଁର ମନୋରଂଜନ ବେହେରା । ନିଜ ମନରେ ମଶାଣିକୁ ମନ୍ଦିର ବୋଲି ଭାବୁଥିବା ମନୋରଂଜନ ନିଜ ଅର୍ଥ ଓ ପରିଶ୍ରମରେ ମଶାଣିର ଚିତ୍ର ବଦଳାଇବାରେ ସକ୍ଷମ ହୋଇଛନ୍ତି ।

ଦିନେ ସାଙ୍ଗମାନଙ୍କ ସହ ମଶାଣିକୁ ବୁଲିବାକୁ ଯାଇ, ମଶାଣି ପ୍ରେମରେ ପଡିଯାଇଥିଲେ ମନୋରଂଜନ । ଏବେ ସେଇଠି ରହୁଛନ୍ତି । ନିଜସ୍ୱ ଖର୍ଚ୍ଚରେ ବିଭିନ୍ନ ପ୍ରକାର ଗଛ ଲଗାଇ ତାର ଯତ୍ନ ନେବା ସହ ଗାଁରେ କାହାରି ମୃତ୍ୟୁ ହେଲେ ଶବସକ୍ରାର କରୁଛନ୍ତି । ଜୀବନର ଅନ୍ତିମ ସମୟରେ ଶରୀରକୁ ସ୍ଥାନ ଦେଉଥିବା ମଶାଣିକୁ ମନ୍ଦିର ଭାବୁଥିବା ମଶାଣି ମଣିଷ ପ୍ରତିଦିନ ଶବ ଗୃହକୁ ପୂଜା କରିଥାନ୍ତି   ।

ପରିବାରର ଦାୟିତ୍ୱ ସଂପାଦନ କରିବା ସହ ମଶାଣିର ରୂପରେଖ ବଦଳାଇଥିବା ମନୋରଂଜନଙ୍କ କାମକୁ ଯିଏ ଦେଖିଛି ସିଏ ପ୍ରଶଂସା ନକରି ରହିପାରୁନି ।