କନକ ବ୍ୟୁରୋ : ନନ୍ଦନକାନନ ଭଳି ଗାଁରେ ମିଳିବ ଟଏ ଟ୍ରେନର ସୁବିଧା । ସଜେଇ ହୋଇଛି ପୋଖରୀ । ଚାରିଆଡେ ସୁନ୍ଦର ଆଲୋକିକରଣ । ଝିଲମିଲି ଆଲୁଅରେ ଟଏ ଟ୍ରେନରେ ବସି ପୋଖରୀ ଚାରିପଟେ ବୁଲେବେ ଦେଖଣାହାରୀ । କାମାକ୍ଷାନଗର ଏନଏସି ତରଫରୁ ଆମ ପୋଖରି ଯୋଜନାରେ ବହୁ ପୂରାତନ ଦାସୀ ପୋଖରିକୁ ସୌନ୍ଦର୍ଯ୍ୟକରଣ କରାଯାଇଛି । ଏହି ପୋଖରିଟି ସହରର ମଧ୍ୟ ଭାଗରେ ଥିବା ବେଳେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଥିଲା । ଏବେ ପୁନରୁଦ୍ଧାର ପରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଏହି ପୋଖରୀ ।

କେବଳ ସୈାନ୍ଦର୍ଯ୍ୟକରଣ ନୁହେଁ ବରଂ ସହରବାସୀଙ୍କ ପ୍ରାତଃ ଓ ସଂଧ୍ୟା ଭ୍ରମଣ ପାଇଁ ବ୍ୟବସ୍ଥା ହୋଇଛି । ପାଖରିର ଚତୁପାର୍ଶ୍ୱରେ ବସିବାର ସୁବିଧା କରିବା ସାଙ୍ଗକୁ ଲାଇଟର ବ୍ୟବସ୍ଥା କରାଯାଇଛି । ଯାହାକି ରାତିର ଦୃଶ୍ୟକୁ ଆହୁରି ମନମୁଗ୍ଧ କରିପାରିଛି । ଏତିକିରେ ସରିନାହିଁ ବରଂ ପରବର୍ତି ସମୟରେ ଏଠାରେ ସହରବାସିଙ୍କ ପାଇଁ ମାଗଣାରେ ଇଂଟରନେଟର ସୁବିଧା ମିଳିପାରେ । ତା’ ସାଙ୍ଗକୁ ଛୋଟପିଲାଙ୍କ ପାଇଁ ବିଭିନ୍ନ ପ୍ରକାର ଦୋଳି, ରାମ ଦୋଳି, ଚକ୍ର ଦୋଳି ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଏନଏସି ଅଧ୍ୟକ୍ଷ ।

ଦାସୀ ପୋଖରିର ଚତୁପାର୍ଶ୍ୱରେ ହୋଇଥିବା ଏହି ସୈାନ୍ଦର୍ଯ୍ୟକରଣ ପାର୍କ ଗାଁରେ ସହରର ଭ୍ରମ ସୃଷ୍ଟି କରିଛି । ଅନେକ ଲୋକଙ୍କ ମନୋରଂଜନର ମାଧ୍ୟମ ପାଲଟିଛି ।