କନକ ବ୍ୟୁରୋ: ପାକିସ୍ତାନ ସଂସଦରେ ଖୋଲିବ ବିୟୁଟି ପାର୍ଲର୍ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବେ ମହିଳା ସାଂସଦଙ୍କ ପାଇଁ ସଂସଦ ଭବନରେ ଖୋଲିବେ ବିୟୁଟି ପାର୍ଲର । କଥାଟା ଆପଣଙ୍କୁ ଅଡୁଆ ଲାଗୁଥିଲେ ବି ଏହା ଏକଦମ୍ ସତ । ଗୋଟିଏ ପଟେ ପାକିସ୍ତାର ଆର୍ଥିକ ସ୍ଥିତି ଦିନକୁ ଦିନ ଚରମସୀମା ଦେଇ ଗତି କରୁଥିବା ବେଳେ ଏବେ ପାକିସ୍ତାନର ସଂସଦ ପରିସର ପାଇଁ ହୋଇଥିବା ଏଭଳି ଏକ ଘୋଷଣା ସେଠାକାର ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି ।
ପାକିସ୍ତାନ ସଂସଦ ପରିସରରେ ମହିଳା ସାଂସଦଙ୍କ ପାଇଁ ବିୟୁଟି ପାର୍ଲର ଖୋଲିବାକୁ ଦିଆଯାଇଛି ନିର୍ଦ୍ଦେଶ । ପାକିସ୍ତାନର ସିନେଟର ଏକ କମିଟି ଜାତୀୟ ରାଜଧାନୀ ଇସଲାମାବାଦର ସର୍ବୋଚ୍ଚ ନାଗରିକ ଏଜେନ୍ସିକୁ ସଂସଦ ପରିସରରେ ଏକ ବିୟୁଟି ପାର୍ଲର ଖୋଲିବାକୁ କହିଛି । ତେବେ କମିଟିରେ ଥିବା ମହିଳା ସିନେଟରମାନଙ୍କୁ ବିୟୁଟି ପାର୍ଲର ସହ ଜଡିତ ପ୍ରସଙ୍ଗ ଉଠାଇବା ପରେ ଏହି ପ୍ରସଙ୍ଗରେ ପ୍ରାଥମିକତା ଦିଆଯାଇଛି। ପାକିସ୍ତାନୀ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ସଂସଦ ଭବନ ପରିସରରେ ସିନେଟ ଗୃହ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ମହିଳା ସାଂସଦଙ୍କ ପାଇଁ ସଂସଦ ପରିସରରେ ଏକ ବିୟୁଟି ପାର୍ଲର ଖୋଲିବାକୁ ପ୍ରସ୍ତାବ ଦିଆଯାଇଥିଲା । ଖାଲି ଏତିକି ନୁହେଁ ନିର୍ଦ୍ଦେଶ ସତ୍ୱେ ପାର୍ଲାମେଂଟର ସଂସଦ ଲଜରେ ବିୟୁଟି ପାର୍ଲର ଖୋଲି ନ ଥିବାରୁ କ୍ୟାପିଟାଲ୍ ଡେଭଲପମେଣ୍ଟ ଅଥରିଟି (ସିଡିଏ) କୁ କମିଟି ତାଗିଦ୍ ମଧ୍ୟ କରିଥିଲା ।
ସିନେଟର କୁଲସୁମ ପରବିନ କମିଟିକୁ କହିଛନ୍ତି ଯେ କମିଟି ସଂଯୋଜକଙ୍କ ପାଖରେ ଏକ ସ୍ପଷ୍ଟ ନିର୍ଦ୍ଦେଶ ରହିଛି ଯେ ସଂସଦ ଲଜରେ ବିୟୁଟି ପାର୍ଲର ପାଇଁ ସ୍ଥାନ ଆବଣ୍ଟନ ଉପରେ ସିଡିଏ ଅଧିକାରୀମାନେ ତାଙ୍କ ସହ ଏବଂ ସିନେଟର ସମିନା ସଇଦଙ୍କ ସହ ଯୋଗାଯୋଗ କରିବେ। ତେବେ କମିଟିର ଅଧ୍ୟକ୍ଷ ସଲିମ ମାଣ୍ଡିୱାଲା ଏହି ପ୍ରସଙ୍ଗରେ ଦୁଇ ମହିଳା ସିନେଟରଙ୍କ ସହିତ ପରାମର୍ଶ କରିବା ସହ ସମାଧାନ କରିବା ପାଇଁ ସିଡିଏକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ନିର୍ଦ୍ଦେଶାବଳୀ ଅନୁସରଣ କରି ଖୁବ୍ ଶୀଘ୍ର ପାକିସ୍ତାନର ସଂସଦ ପରିସରରେ ଏକ ବିୟୁଟି ପାର୍ଲର ହେବ ବୋଲି ଜଣାପଡିଛି ।
ଏଠାରେ ଆମେ କହି ରଖୁଛୁ କି, ଇସଲାମବାଦ ସ୍ଥିତ ସଂସଦ ପରିସରରେ ବିୟୁଟି ପାର୍ଲର ଖୋଲିବା ପୂର୍ବରୁ ବି ଅନେକ ପ୍ରତିଷ୍ଠାନ ଖୋଲାଯାଇସାରିଛି । ସଂସଦୀୟ ଲଜ ପରିସରରେ ଦୈନନ୍ଦିନ ଜୀବନରେ ବ୍ୟବହାର କରାଯାଉଥିବା ଜିନିଷ ପାଇଁ ଏକ ଦୋକାନ ମଧ୍ୟ ନିକଟରେ ଖୋଲାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/PARLER.jpg)