ବଳଙ୍ଗାରେ ବଡଧରଣର ସେକ୍ସ ରାକେଟ୍ : ବାଇକ ଆରୋହୀଙ୍କୁ କରାଯାଉଛି ଟାର୍ଗେଟ

5,432

କନକ ବ୍ୟୁରୋ : ଚାଲିଛି ବଡ଼ ଧରଣର ସେକ୍ସ ରାକେଟ୍ । ବାଇକ୍ ଆରୋହୀଙ୍କୁ କରାଯାଉଛି ଟାର୍ଗେଟ୍ । ପୁରୀ ବଳଙ୍ଗାରୁ ଆସିଛି ଏପରି କିଛି ସାଂଘାତିକ ଅଭିଯୋଗ । ନିମାପଡ଼ା ବ୍ଲକ ବଳଙ୍ଗା ବଜାରର ଏକ ଦୃଶ୍ୟ ସାମ୍ନାକୁ ଆସିଛି । କିପରି ଜଣେ ଯୁବତୀ ଗୋଟିଏ ଦୋକାନ ପାଖରେ ବସିଛନ୍ତି । କାହାକୁ କରିବେ ଟାର୍ଗେଟ୍, ତାର ସୁଯୋଗ ଖୋଜୁଛନ୍ତି । ଏମାନଙ୍କ ଟାର୍ଗେଟରେ ରହିଥାନ୍ତି ବାଇକ୍ରେ ଯାଉଥିବା ଲୋକେ । ବିଶେଷ କରି ବାଇକରେ ଯୁବ ଆରୋହୀଙ୍କୁ ଟାର୍ଗେଟ୍ କରି ନିଜ ମାୟା ଜାଲରେ ଫସାଇଥାନ୍ତି । ଯୁବକଙ୍କୁ ଆକୃଷ୍ଟ କରି ଲିଫ୍ଟ ମାଗିଥାନ୍ତି । ଏହି ବାହାନାରେ ବନ୍ଧୁତା କରିଥାନ୍ତି । ଆଉ ଶେଷରେ ଯୁବକଙ୍କୁ ଗ୍ରାହକ ବନାଇ ସାଙ୍ଗରେ ନେଇଥାନ୍ତି ।

ଆଉ ଏକ ଦୃଶ୍ୟ ବି ସାମ୍ନାକୁ ଆସିଛି । ରାସ୍ତା କଡ଼ରେ ଜଣେ ଯୁବକଙ୍କୁ ଅଟକାଇଛନ୍ତି ଜଣେ ଯୁବତୀ । କୌଣସି ସ୍ଥାନକୁ ଯିବା ପାଇଁ ଲିଫ୍ଟ ମାଗିଛନ୍ତି । ଯୁବକ ଜଣଙ୍କ ରାଜି ହେବା ପରେ ତାଙ୍କୁ ନିଜ ସହ ଗାଡିରେ ନେଉଛନ୍ତି । ଏଇଠୁ ଆରମ୍ଭ ହୁଏ ଯୁବତୀଙ୍କ ପ୍ଲାନ । ରାସ୍ତାରେ ବାଇକରେ ଯିବା ସମୟରେ ଯୁବତୀ ଜଣଙ୍କ ନିଜ ଚାଲ ଚଲାଇଥାନ୍ତି । ବାଇକ୍ ଆରୋହୀଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ କରନ୍ତି । ତାଙ୍କ ସହ କିପରି ବନ୍ଧୁତା କରିବେ ସେନେଇ ଚେଷ୍ଟା କରଥାନ୍ତି । ଯିଏ ବନ୍ଧୁତା ନକଲା ଭଲ । ଆଉ ଯିଏ ବନ୍ଧୁତା ଜାଲରେ ପଡ଼ିଗଲା ତାକୁ ଏମାନେ ଗ୍ରାହକ ବନାଇ ଦିଅନ୍ତି । ନିଜ ସାଥିରେ ନେଇ ଯାଆନ୍ତି ହୋଟେଲ ।

ବଳଙ୍ଗା ଥାନାଠାରୁ ମାତ୍ର କେଇ ମିଟର ଦୂରରେ ଏକ ନିଛାଟିଆ ସ୍ଥାନରେ ରହିଛି ହୋଟେଲ । ହୋଟେଲରେ ଯୁବକଙ୍କ ସହ ଆରମ୍ଭ ହୁଏ ମୂଲଚାଲ । ଘଣ୍ଟାକୁ ନିଅନ୍ତି ୭୦୦ ଟଙ୍କା । ହୋଟେଲ ଚାର୍ଜ ଅଲଗା । ଘଣ୍ଟାକୁ ହୋଟେଲକୁ ଦେବାକୁ ପଡେ ୩୦୦ ଟଙ୍କା । ଦେଖନ୍ତୁ କିପରି ଯୁବକଙ୍କ ସହ ଚାଲିଛି ମୂଲଚାଲ ।