ଅଲୋଡା ସାମଗ୍ରୀରୁ ସୁନ୍ଦର ମୂର୍ତ୍ତୀ: ଚେନ କ୍ରାଙ୍କ ଭଳି ଲୁହା ସାମଗ୍ରୀରୁ ଦଶବତାର ମୂର୍ତ୍ତି ତିଆରି କରିଛନ୍ତି ଆଇଟିଆଇର ଛାତ୍ରଛାତ୍ରୀ
କନକ ବ୍ୟୁରୋ: ନଷ୍ଟରୁ ଶ୍ରେଷ୍ଠ କରି କଳାକୁ ଆୟତ କରିବାରେ ସକ୍ଷମ ବ୍ରହ୍ମପୁର ସରକାରୀ ଆଇଟିଆଇର ଛାତ୍ରଛାତ୍ରୀ । କିଛି ନୂଆ କରି ଦେଖାଇବା, ବିଶ୍ୱ ଦରବାରରେ ଖ୍ୟାତି ଅର୍ଜନ କରିବା ଆଶାରେ ଦିନ ରାତି ଏକ କରି ବିଭିନ୍ନ କଳାକୃତି ପ୍ରସ୍ତୁତ କରିଥାନ୍ତି ବ୍ରହ୍ମପୁର ଆଇଟିଆଇ ଛାତ୍ରଛତ୍ରୀ । ଦିନକ ପରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା । ପୂଜାକୁ ନିଆରା ଢଙ୍ଗରେ ପାଳନ କରିବା ପାଇଁ ଭିନ୍ନ ପ୍ରୟାସ ଜାରୀ ରଖିଛନ୍ତି ଛାତ୍ରାଛାତ୍ରୀ । ବ୍ରହ୍ମପୁର ସରକାରୀ ଆଇଟିଆଇ ଶିକ୍ଷାର୍ଥୀଙ୍କ ଦ୍ୱାରା ଚଳିତ ବର୍ଷ ଆଇଟିଆଇ ପୂଜା ମଣ୍ଡପରେ ପୂଜା ପାଇଁ ବିଶ୍ୱକର୍ମାଙ୍କ ସମେତ ଦଶାବତାର ପ୍ରତିକୃତି ।
ବିଶ୍ୱକର୍ମାଙ୍କ ପୂଜା ପାଇଁ ବ୍ରହ୍ମପୁର ସରକାରୀ ଆଇଟିଆଇ କଲେଜ ପକ୍ଷରୁ ପ୍ରସ୍ତୁତି କରାଯାଇଛି । ଚଳିତ ବର୍ଷ ପୂଜାକୁ ଭିନ୍ନ ଢଙ୍ଗରେ ପାଳିବା ପାଇଁ ପ୍ରୟାସ ଜାରୀ ରଖିଛନ୍ତି ଅନୁଷ୍ଠାନର ଛାତ୍ରଛାତ୍ରୀ । ଅଧ୍ୟକ୍ଷଙ୍କ ନିର୍ଦ୍ଦେଶରେ ବିଶ୍ୱକର୍ମାଙ୍କ ମୃଣ୍ମୟ ମୂର୍ତି ସହ ଶ୍ରୀବିଷ୍ଣୁଙ୍କ ଦଶ ଅବତାର ପ୍ରତିକୃତି ତିଆରି କରୁଛନ୍ତି ଛାତ୍ରଛାତ୍ରୀ । ଶ୍ରୀବିଷ୍ମୁଙ୍କ ଦଶାବତାରର ଆକର୍ଷଣୀୟ ପ୍ରତିକୃତି ଗୁଡିକର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଥିବା ବେଳେ ରଙ୍ଗ କାମ ଚାଲିଛି । ବିଭିନ୍ନ୍ ଅଟୋ ମୋବାଇଲ ସ୍କ୍ରାପ୍ ତଥା ଚେନ କ୍ରାଙ୍କ ଭଳି ଅଲୋଡା ଲୁହା ସାମଗ୍ରୀରେ ଏଭଳି ନିର୍ମାଣ କାର୍ଯ୍ୟ କରାଯାଉଛି ।
ରାଷ୍ଟ୍ରୀୟ ଦିବସ ହେଉ ବା ପୂଜପର୍ବାଣୀ ସବୁ ବେଳେ ଅଲୋଡା ଲୁହା ସାମଗ୍ରୀରେ ବିଭିନ୍ନ କଳାକୃତି ପ୍ରସ୍ତୁତ କରି ବିଶ୍ୱ ଦରବାରର ଦକ୍ଷତାର ପ୍ରମାଣ ଦେଇ ଆସିଛି ବ୍ରହ୍ମପୁର ସରକାରୀ ଶିଲ୍ପ ତାଲିମ ଅନୁଷ୍ଠାନ । ଏପରିକି ଏସିଆର ସର୍ବବୃହତ ସ୍କ୍ରାପ୍ କଳାକୃତି ମ୍ୟୁଜିୟମ୍ର ମାନ୍ୟତା ହାସଲ କରିଛି । ଏବେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ପ୍ରସ୍ତୁତି ବେଳେ ଶିକ୍ଷାର୍ଥୀଙ୍କ ଦକ୍ଷତା ବିକାଶର ପ୍ରଦର୍ଶନକୁ ଗୁରୁତ୍ୱ ଦିଆଯାଇଛି ।
ଅନୁଷ୍ଠାନର ଅଧ୍ୟକ୍ଷ ଆନ୍ଧ୍ରର ତିରୁପତି ଠାରେ ଥିବା ବିଷ୍ଣୁଙ୍କ ଦଶାବତାର କଳାକୃତିର ଭିଡିଓ ଦେଖି ପ୍ରଭାବିତ ହେଇଥିଲେ । ଆଉ ନିଜ ଅନୁଷ୍ଠାନର ପିଲାଙ୍କ ଦ୍ୱାରା ଏହା କରିବାକୁ ପ୍ରୋତ୍ସାହିତ କରିଛନ୍ତି ।