କନକ ବ୍ୟୁରୋ: ଆହାଃ କି ସୁନ୍ଦର...ଶ୍ରୀମନ୍ଦିରର ଶୋଭା ବଢାଇଛି ଲୋହିତ ଆକାଶ । ଆଜି ଅପରାହ୍ନରେ ପୁରୀ ଆକାଶର ଦେଖିବାକୁ ମିଳିଛି କିଛି ଏପରି ଦୃଶ୍ୟ । ଲୋହିତ ଆକାଶରେ ଫର ଫର ହୋଇ ଉଡିଛି ଶ୍ରୀମନ୍ଦିରର ପତିତପାବନ ବାନା । ତେବେ ସବୁଦିନ ପରି ଆଜି ମଧ୍ୟ କୋଭିଡ୍ କଟକଣା ଭିତରେ କାଳିଆ ଦର୍ଶନ କରୁଥିଲେ ଭକ୍ତ । ହେଲେ ଅପରାହ୍ନରେ ପୁରୀ ଆକାଶର ଏକ ଚମକ୍ରାର ଦୃଶ୍ୟ ସମସ୍ତଙ୍କ ମନକୁ ଛୁଇଁଥିଲା । ହଠାତ୍ ପୁରୀର ନୀଳ ଆକାଶ ବଦଳିଯାଇଥିଲା ଲୋହିତ ରଙ୍ଗରେ । ଆଉ ଲୋହିତ ଆକାଶରେ ଶ୍ରୀମନ୍ଦିରର ଅପରୂପ ଦୃଶ୍ୟକୁ ଦର୍ଶନ କରିଥିଲେ ଭକ୍ତ ।
ଆହାଃ କି ସୁନ୍ଦର...ଲୋହିତ ଆକାଶରେ ସୁନ୍ଦର ଦିଶୁଛି ଶ୍ରୀମନ୍ଦିର
Advertisment
Follow Us