କନକ ବ୍ୟୁରୋ: ଆହାଃ କି ସୁନ୍ଦର...ଶ୍ରୀମନ୍ଦିରର ଶୋଭା ବଢାଇଛି ଲୋହିତ ଆକାଶ । ଆଜି ଅପରାହ୍ନରେ ପୁରୀ ଆକାଶର ଦେଖିବାକୁ ମିଳିଛି କିଛି ଏପରି ଦୃଶ୍ୟ । ଲୋହିତ ଆକାଶରେ ଫର ଫର ହୋଇ ଉଡିଛି ଶ୍ରୀମନ୍ଦିରର ପତିତପାବନ ବାନା । ତେବେ ସବୁଦିନ ପରି ଆଜି ମଧ୍ୟ କୋଭିଡ୍ କଟକଣା ଭିତରେ କାଳିଆ ଦର୍ଶନ କରୁଥିଲେ ଭକ୍ତ । ହେଲେ ଅପରାହ୍ନରେ ପୁରୀ ଆକାଶର ଏକ ଚମକ୍ରାର ଦୃଶ୍ୟ ସମସ୍ତଙ୍କ ମନକୁ ଛୁଇଁଥିଲା । ହଠାତ୍ ପୁରୀର ନୀଳ ଆକାଶ ବଦଳିଯାଇଥିଲା ଲୋହିତ ରଙ୍ଗରେ । ଆଉ ଲୋହିତ ଆକାଶରେ ଶ୍ରୀମନ୍ଦିରର ଅପରୂପ ଦୃଶ୍ୟକୁ ଦର୍ଶନ କରିଥିଲେ ଭକ୍ତ ।
ଅନ୍ୟପଟେ ଆଜି କାଳିଆ ଦର୍ଶନ ନେଇ ମଧ୍ୟ ଭକ୍ତଙ୍କ ପାଖକୁ ଆସିଛି ଆଉ ଏକ ଖୁସି ଖବର । ଏଣିକି ସପ୍ତାହକୁ ୬ ଦିନ ଜଗା ଦର୍ଶନ କରିପାରିବେ ଭକ୍ତ । କେବଳ ରବିବାର ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ । ଏହି ଦିନ ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ରୂପେ ସାନିଟାଇଜ୍ କରାଯିବ । ଆସନ୍ତା ସେପ୍ଟେମ୍ବର ୧୩ ତାରିଖରୁ ଏହି ନୂଆ ନିୟମ ଲାଗୁ ହେବ । ତେବେ ଶୁକ୍ରବାର ଗଣେଶ ପୂଜା କାରଣରୁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିବ । ଦୀର୍ଘ ଦିନ କାଳ ବନ୍ଦ ରହିିବା ପରେ ଏବେ ଭକ୍ତଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର । ଯେଉଁଥିରେ କୋଭିଡ୍ କଟକଣାକୁ ମାନି କେବଳ ଦୁଇଟି ଡୋଜ୍ ଟିକା ନେଇଥିବା ଲୋକ ହିଁ ଜଗା ଦର୍ଶନ କରିପାରୁଛନ୍ତି । ଆଉ ଏହାରି ଭିତରେ ଆଜିର ଏହି ଦୃଶ୍ୟ ସମସ୍ତଙ୍କ ମନକୁ ଛୁଇଁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/09/vlcsnap-2021-09-08-20h02m54s268.png)