କନକ ବ୍ୟୁରୋ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବେ ଜନଜୀବନ ଅସ୍ତବ୍ୟସ୍ତ କରି ପକାଉଛି । ତେବେ ଗରମ ଦିନରେ ଯଦି ଆପଣ ଦିଲ୍ଲୀ ଯିବାର ପ୍ଲାନିଂ କରୁଛନ୍ତି ଆଉ ନିଜ ପରିବାର ସହ ସମୟ ଅତିବାହିତ କରିବା ପାଇଁ ଚାହୁଁଛନ୍ତି ତାହେଲେ ଏଭଳି କିଛି ସ୍ଥାନ ରହିଛି ଯାହାକି ଶାନ୍ତ ପରିବେଶ ସାଙ୍ଗକୁ ଭିଡ଼ରୁ ତ୍ରାହି ଦେବ । ଯଦିଓ ଦିଲ୍ଲୀ ଏକ ଭଲ ପର୍ଯ୍ୟଟନସ୍ଥଳ ତଥାପି ଏଠାରୁ କିଛି ଦୂରରେ ଥିବା ପାହାଡ଼ିଆ ସ୍ଥାନଗୁଡ଼ିକ ବେଶ ମନୋଲୋଭା ହୋଇଥାଏ । ଯାହାକି ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ମଧ୍ୟ ହୋଇଥାଏ । ପାହାଡ଼ି ଅଂଚଳ ଏବଂ ପରିବେଶକୁ ଭଲ ପାଉଥିବା ଲୋକଙ୍କୁ ମୁଖ୍ୟତଃ ଏହି ସ୍ଥାନଗୁଡ଼ିକ ସବୁବେଳେ ଆକର୍ଷିତ କରିଥାଏ ।  ତେବେ ଆସନ୍ତୁ ନଜର ପକାଇବା ଏହିସବୁ ସ୍ଥାନ ଉପରେ ।

Advertisment

ଯଦି ଆପଣ ସାଙ୍ଗ କିମ୍ବା ପରିବାର ସହ ଛୁଟି କାଟିବାକୁ ଭାବୁଛନ୍ତି ତାହେଲେ ନୈନିତାଲ ଏକ ସର୍ବୋତମ ସ୍ଥାନ । ପ୍ରାଚିନ ଜିଲ୍ଲା, ଉଚ୍ଚ ପାହାଡ଼, ବଡ଼ ବଡ଼ ଗଛ ସାଙ୍ଗକୁ ସ୍ୱଛ ଆକାଶ ଶାନ୍ତିର ବାର୍ତାବରଣ ସୃଷ୍ଟି କରିଥାଏ । ଦିଲ୍ଲୀଠାରୁ ୨୯୬ କିଲୋମିଟର ଦୂରରେ ଏହା ଅବସ୍ଥିତ । ଏଠାରେ ଥିବା ରୋପୱେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ରେପୱେରେ ଯାତ୍ରା କରିବା ବେଳେ ପାହାଡ଼ର ସୌନ୍ଦର୍ଯ୍ୟକୁ ବେଶ ମନଭରି ଉପଭୋଗ କରିପାରିବେ ।

ଦିଲ୍ଲୀଠାରୁ ୨୭୦ କିଲୋମିଟର ଦୂରେ ଅବସ୍ଥିତ ଡେରାଡୁନ୍ । ଶୀତଳ ପବନ, ପ୍ରାକୃତିକ ପରିବେଶ, ରାଜକୀୟ ଉଦ୍ୟାନ, ଟ୍ରେକିଂ, କ୍ୟାମ୍ପିଂର ମଧ୍ୟ ମଜା ଉଠାଇ ପାରିବେ ।

ଫତେହପୁର ସିକ୍ରି ଦିଲ୍ଲୀଠାରୁ ୨୨୨ କିଲୋମିଟର ଦୂରରେ ଅବସ୍ଥିତ ।  ତେବେ ଏହା ଆଗ୍ରାଠାରୁ ମାତ୍ର ୪୦ କିଲୋମିଟର ଦୂରରେ ରହିଛି । ପୁରୁଣା ମୋଗଲ ସ୍ଥାପତ୍ୟ ଏବଂ ସମୃଦ୍ଧ ସଂସ୍କୃତି ପାଇଁ ଏହି ସ୍ଥାନ ବେଶ ଜଣାଶୁଣା ।  ସିକ୍ରିଲାଲ ବାଲୁକା ପଥରରେ ନିର୍ମିତ, ଯାହାକି ସୂର୍ଯ୍ୟେଦୟ ସମୟରେ ବହୁତ ସୁନ୍ଦର ଦେଖାଯାଏ । ଏଠାକାର ଐତିହାସିକ ଦୃଶ୍ୟ ବେଶ ମନୋରମ ହୋଇଥାଏ । ଇତିହାସ ସହ ଜଡିତ ଅନେକ ସ୍ମୃତିକୁ ଆପଣ ଏଠାରେ ପାଇପାରିବେ ।

ଭୀମଟାଲ ସମୁଦ୍ର ପତନଠାରୁ ୧୩୭୦ ମିଟର ଦୂରରେ ଅବସ୍ଥିତ । ଏହାର ସୌନ୍ଦର୍ଯ୍ୟ ସାରା ବିଶ୍ୱରେ ପ୍ରସିଦ୍ଧ । ପ୍ରାକୃତିକ ପରିବେଶ ସାଙ୍ଗକୁ ଆପଣ ପ୍ରାଚୀନ ମନ୍ଦିରଗୁଡ଼ିକର ଚମକ୍ରାର ଦୃଶ୍ୟ ମଧ୍ୟ ଦେଖିବାକୁ ପାଇବେ । ଭୀମଟାଲ ହ୍ରଦ ପର୍ଯ୍ୟଟକଙ୍କ ମନମୋହିଥାଏ । ଡଙ୍ଗାରେ ବସି ହ୍ରଦରେ ଅଥଳ ଜଳରାଶିର ମଜା ଉଠାଇପାରିବେ । ସେପଟେ ଭୀମଟାଲ ପାହାଡ଼ରେ ବୁଲିବା ଏକ ଚମକ୍ରାର ଅନୁଭୂତି ଦେଇଥାଏ । ଫଟୋ ଉଠାଇବା ଲାଗି ମଧ୍ୟ ଏହି ସ୍ଥାନ ବେଶ ଗୁରୁତ୍ୱ ବହନ କରିଥାଏ । ଯାହାକି ଯୁବପିଢ଼ିଙ୍କୁ ଆକର୍ଷିତ କରିଥାଏ । ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ଶାନ୍ତ ପରିବେଶ ପର୍ଯଟକଙ୍କୁ ସବୁ ଋତୁରେ ଏଠାକୁ ଟାଣି ଆଣିଥାଏ ।