ଶିଖାଙ୍କ ତୁଳୀରେ ସୁନ୍ଦର ଦିଶୁଛନ୍ତି କଳା ସାଆନ୍ତେ । ଜଗନ୍ନାଥଙ୍କ ପ୍ରତି ସମର୍ପିତ ଯୁବତୀ ମହାପ୍ରଭୁଙ୍କ ଚିତ୍ର ଆଙ୍କି ସୃଷ୍ଟି କରିଛନ୍ତି ନୂଆ ପରିଚୟ ।

54

କନକ ବ୍ୟୁରୋ: ଜଗନ୍ନାଥଙ୍କ ପ୍ରତି ଭକ୍ତି ଓ ମନରେ ଦୃଢ ବିଶ୍ୱାସ ଯୁବତୀଙ୍କୁ ଦେଇଛି ଏକ ନୂଆ ପରିଚୟ। ନାନା ପ୍ରକାର ରଙ୍ଗକୁ ନେଇ ତିଆରି କରୁଛନ୍ତି ଜଗନ୍ନାଥ ମହାପ୍ରଭୁଙ୍କର ମନଲୋଭା ଛବି । ବୌଦ୍ଧର ଶିଖା ମିଶ୍ର । ଶିଖାଙ୍କ ବାପା ଜଣେ ଫୁଲ ବେପାରୀ। ଛୋଟ ବେଳେ ବାପାଙ୍କ ସହ ମିଶି ପ୍ରଭୁ ଜଗନ୍ନାଥଙ୍କ ପାଇଁ ଫୁଲମାଳ ବନଉଥିଲେ । ଚିତ୍ରକଳାରେ ବି ରୁଚି ଥିଲା । ପ୍ରଥମେ ପେନ୍ ବ୍ୟବହାର କରି ସୁନ୍ଦର ଫୁଲ, ବିଭିନ୍ନ ପ୍ରକାର ଚିତ୍ର ଆଙ୍କୁଥିଲ । ପରବର୍ତ୍ତୀ ସମୟରେ ପ୍ରଭୁ ଜଗନ୍ନାଥଙ୍କ ପ୍ରତି ନିଜ ଭକ୍ତି ଭାବକୁ ପ୍ରକାଶ କରିବା ପାଇଁ ଆଙ୍କିଲେ ଜଗନ୍ନାଥଙ୍କ ରଙ୍ଗବେରଙ୍ଗ ଛବି। ଶିଖା ଆଙ୍କୁଥିବା ଛବିକୁ ଡୋଟେଡ଼ ମଣ୍ଡଲା ଆର୍ଟ ବୋଲି କୁହାଯାଏ। ମଣ୍ଡଲାର ଅର୍ଥ ହେଉଛି “ବୃତ୍ତ” ।

ଘର କାମ କରିବା ସହ ସହ ପିଲାଙ୍କୁ ଟ୍ୟୁସନ୍ କରି ନିଜ ଖର୍ଚ୍ଚ ତୁଲାଉଛନ୍ତି । ଏହାପରେ ଯେଉଁ ସମୟ ମିଳେ, ଶିଖା ଚିତ୍ର କରିଥାନ୍ତି। ଚିତ୍ରକଳା ତାଙ୍କୁ କିଛି ରୋଜଗାର କରିବାର ସୁଯୋଗ ଦେଇଛି। ଲୋକଙ୍କ ଚାହିଦା ମୁତାବକ ଚିତ୍ର କରିବା ସହ ଇଂଷ୍ଟାଗ୍ରାମ ପରି ସୋସିଆଲ ମିଡ଼ିଆରେ ପ୍ରଭୁଙ୍କ ଛବିକୁ ଅପଲୋଡ କରିଥାନ୍ତି । ନିଜ ପ୍ରତିଭା ପାଇଁ ଆର୍ଟ କଲେଜରେ ପଢିବାକୁ ଇଛା ରଖିଛନ୍ତି ଶିଖା । ହେଲେ ୫ ପ୍ରାଣୀ କୁଟୁମ୍ୱଙ୍କ ପାଇଁ ଆର୍ଥିକ ସ୍ଥିତି ବାଧକ ସାଜିଛି ।