ସୌନ୍ଦର୍ଯ୍ୟକରଣ କାମ ବେଳେ ଅଘଟଣ : ଖବର ପ୍ରସାରଣ ପରେ ଅଠା ମାରି ଯୋଡା ଗଲା ମୂର୍ତ୍ତି

126

କନକ ବ୍ୟୁରୋ : ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍ ଛକରେ ଥିବା ଘୋଡା ଓ ଯୁଦ୍ଧ ମୂର୍ତ୍ତିର ସୌନ୍ଦର୍ଯ୍ୟକରଣ ଚାଲିଥିବାବେଳେ ଘଟିଥିଲା ଅଘଟଣ । ସ୍ଥାନାନ୍ତର ବେଳେ ଭାଙ୍ଗିଯାଇଥିଲା ଏହା ପାଖରେ ଥିବା ଏକ ନର୍ତ୍ତକୀ ମୂର୍ତ୍ତି । ଏନେଇ ଖବର ପ୍ରସାରଣ ପରେ ତରବରିଆ ଭାବେ ଅଠା ମାରି ମୂତ୍ତକୁ ଯୋଡ଼ା ଯାଇଛି । ଘୋଡା ସ୍ଥାନାନ୍ତର ହେବ ନାହିଁ ବୋଲି ନିଷ୍ପତ୍ତି ପରେ ଏହା ଜାଗାକୁ ନୂଆ ରୂପ ଦେବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ସ୍ମାର୍ଟ ସିଟି ଲିିମିଟେଡ୍ ଏଥିପାଇଁ ସ୍ୱତନ୍ତ୍ର ନକ୍ସା ପ୍ରସ୍ତୁତ କରିଛି ।

ସୌନ୍ଦର୍ଯ୍ୟକରଣ କାମ ଆଗେଇ ଚାଲିଥିବାବେଳେ ଏହି ଅଘଟଣ ଘଟିଥିଲା । ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମବିଭୂଷଣ ସୁଦର୍ଶନ ସାହୁଙ୍କ ତତ୍ୱାବଧାନରେ ଏହି କାମ ଚାଲିଥିବାବେଳେ ମୂର୍ତ୍ତିଟି ଭାଙ୍ଗି ଯାଇଥିଲା । ସେପଟେ କାମ ନେଇଥିବା ପଦ୍ମବିଭୂଷଣ ସୁଦର୍ଶନ ସାହୁଙ୍କ ପୁଅ ସୂର୍ଯ୍ୟନାରାୟଣ ସାହୁ କହିଛନ୍ତି କି ପଥରମୂର୍ତ୍ତିିର୍ ବହୁତ ପୁରୁଣା ସଠିକ ଭାବେ ଯତ୍ନ ନିଆଯାଇନଥିବାରୁ ଏହା ସ୍ଥାନାନ୍ତର ବେଳେ ଭାଙ୍ଗି ଯାଇଥିଲା । ତେଣୁ ଭାଙ୍ଗି ଯାଇଥିବା ମୂର୍ତ୍ତିକୁ ଅଠା ଦ୍ୱାରା ଯୋଡେଇ କରାଯାଇଛି । ମୂର୍ତ୍ତି ଭାଙ୍ଗିବାକୁ ବିରୋଧ କରି ଘୋଡ଼ା ପାଖରେ ବିରୋଧ କରୁଛନ୍ତି ବିଭିନ୍ନ ସାମାଜିକ ସଂଗଠନ ।