ଦିଲ୍ଲୀରେ ଶେଷ ହେଲା ଧ୍ୱଜାବତରଣ ସମାରୋହ । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ତିନି ସେନାର ମୁଖ୍ୟ ଉପସ୍ଥିତ

85

କନକ ବ୍ୟୁରୋ: ଦିଲ୍ଲୀ ବିଜୟ ଚୌକରେ ଆୟୋଜିତ ହୋଇଛି ଧ୍ୱଜାବତରଣ ସମାରୋହ । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତିନି ସେନାର ମୁଖ୍ୟଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ସାଧାରଣତନ୍ତ୍ର ଦିବସ ୩ ଦିନ ପରେ ଧ୍ୱଜାବତରଣ ସମାରୋହର ଆୟୋଜନ କରାଯାଇଥାଏ । ଶୁକ୍ରବାର ମଧ୍ୟ ବେଶ ଉତ୍ସାହର ସହ ଏହି ଉତ୍ସବ ପାଳନ ହୋଇଯାଇଛି । ଏଥିସହ ତ୍ରିରଙ୍ଗା ପତାକାକୁ ତଳକୁ ଓହ୍ଲାଇ ଦିଆଯାଇଛି ।
ସାଧାରଣତନ୍ତ୍ର ଦିବସର ସମାପନ ଦିବସ ଭାବେ ଏହାକୁ ପାଳନ କରାଯାଏ ।