ଭାରତ ପାକ୍ ୱାଘା ଅଟାରୀ ସୀମାରେ ଗଣତନ୍ତ୍ର ଉତ୍ସବ । ବିଟିଂ ରିଟ୍ରିଟ୍ ଅବସରରେ ପରେଡ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ।

213

କନକ ବ୍ୟୁରୋ : ଭାରତ ପାକିସ୍ତାନ ୱାଘା ଅଟାରୀ ସୀମାରେ ଗଣତନ୍ତ୍ରର ସ୍ୱତନ୍ତ୍ର ଉତ୍ସବ ପାଳନ କରାଯାଇଛି । ଏହି ଅବସରରେ ବିଟିଂ ରିଟ୍ରିଟ୍ ବେଳେ ପରେଡ ସହ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଯେଉଁଥିରେ ସାମିଲ ହୋଇଥିଲେ ଦର୍ଶକ ।

ଚଳିତ ବର୍ଷ ଗଣତନ୍ତ୍ର ଦିବସ ଅବସରରେ ପାକିସ୍ତାନ ସହ ମିଠା ଆଦାନ ପ୍ରଦାନ ହୋଇନାହିଁ । ତେବେ ବିଏସଏଫ ପକ୍ଷରୁ ଯବାନ ମାନଙ୍କୁ ମିଠା ବଂଟାଯାଇଥିଲା । ଏହାସହ ବିଟିଂ ଦ ରିଟ୍ରିଟ୍ ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା ।