କନକ ବ୍ୟୁରୋ : ତାନ୍ତ୍ରିକ ବାବାଙ୍କୁ ନିସ୍ତୁକ ମାଡ଼ । ବାଲେଶ୍ୱର ଜିଲ୍ଲା ମାଣିପୁର ପଂଚାୟତ ଖୁଂଟା ବୁଲୁଣିଆ ଗାଁରେ ଘଟିଛି ଏଭଳି ଘଟଣା । ତାନ୍ତ୍ରିକ ମଧୁସୂଦନ ନାୟକଙ୍କୁ ନିସ୍ତୁକ ମାଡ ମାରିଛନ୍ତି ଗ୍ରାମବାସୀ । ବୁଲୁଣିଆ ଗାଁର ସୁଶିଳା ଖିଲାରଙ୍କ ବୋହୂଙ୍କୁ ଜ୍ୱର ନଛାଡିବାରୁ ଠାକୁରମୁଣ୍ଡା ଗାଁର ତାନ୍ତ୍ରିକ ମଧୂସୁଦନଙ୍କୁ ଝଡାଫୁଙ୍କା ପାଇଁ ଡକାଇଥିଲେ ।
ତେବେ ଝଡାଫୁଙ୍କା ଓ ଚେରମୂଳି ଔଷଧ ଦେବା ପରେ ବୋହୂର ଦେହ ଭଲ ହୋଇଯାଇଥିଲେ ମଧ୍ୟ ଶାଶୂ ସୁଶିଳାଙ୍କର ମୃତ୍ୟୁ ହୋଇଥିଲା । ଫଳରେ ତାନ୍ତ୍ରିକ ବାବା ମଧୁସୂଦନ ଗୁଣି ଗାରେଡି କରି ଶାଶୂଙ୍କୁ ମାରି ଦେଇଥିବା ସନ୍ଦେହ କରିଥିଲେ ଗ୍ରାମବାସୀ । ଆଉ ତାନ୍ତ୍ରିକ ଜଣକ ଲୁଚି ପଳାଉଥିବା ବେଳେ ଗାଁ ଲୋକେ ତାଙ୍କୁ ଧରିପକାଇ ନିସ୍ତୁକ ଛେଚିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/10/baba.jpg)