କନକବ୍ୟୁରୋ: ୭ ତାରିଖ ଦିନ ପୁରୀ ରାଜଭବନରେ ରାଜ୍ୟପାଳଙ୍କ ପୁଅ ASOଙ୍କୁ ମାଡ ମାରିଥିଲେ ଏ ନେଇ ASO ଥାନାରେ ଏତଲା ଦେଇଥିଲେ । କିନ୍ତୁ ଏ ନେଇ କୌଣସି ମାମଲା ହୋଇନାହିଁ । ଏ ଘଟଣା ନେଇ ବିଜେଡି ପ୍ରତିକ୍ରିୟା ରଖିଛି , ପ୍ରତିକ୍ରିୟା ରେ କହିଛନ୍ତି ଏ ଘଟଣା ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ କରାଯାଇଛି । ଯେ ମାନ୍ୟବର ରାଜ୍ୟପାଳଙ୍କ ପୁଅ ଜଣେ ସରକାରୀ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଛନ୍ତି । ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

Advertisment

ମୁଖ୍ୟମନ୍ତ୍ରୀ ଗୃହ ଏବଂ ସାଧାରଣ ପ୍ରଶାସନ ବିଭାଗର ମନ୍ତ୍ରୀ ରହିଛନ୍ତି । ତାଙ୍କ ବିଭାଗ ଅଧୀନରେ ଆସୁଥିବା ଜଣେ କର୍ମଚାରୀଙ୍କୁ ଦୁର୍ବ୍ୟବହାର ହୋଇଛି । ସେ ସରକାରୀ କର୍ମଚାରୀ ଏତଲା ଦେଇଛନ୍ତି । କିନ୍ତୁ ୭ ତାରିଖରୁ ବର୍ତ୍ତମାନ ପର୍ୟ୍ୟନ୍ତ ପୋଲିସ କୌଣସି କାର୍ଯ୍ୟନୁଷ୍ଠାନ ନେଇନି । କାରଣ କଣ ରହସ୍ୟ କଣ ବିଜେଡି ଏ ନେଇ ପ୍ରଶ୍ନ କରିଛନ୍ତି । ଏଥିସହ ସେ କହିଛନ୍ତି ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ । କାହିଁକି ଏ ଘଟଣାରେ କାର୍ଯ୍ୟନୁଷ୍ଠାନ ନିଆଯାଉନି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କଠୁ ସରକାରୀ କର୍ମଚାରୀ ସଂଘ ଏବଂ ରାଜ୍ୟବାସୀ ନ୍ୟାୟ ଅପେକ୍ଷା କରିଛନ୍ତି । ଆମେ ମଧ୍ୟ ବିରୋଧୀ ଦଳ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରୁଛୁ ଘଟଣାରେ ଉଚିତ ବିଚାର କରିବେ ।