କନକ ବ୍ୟୁରୋ: ରାସ୍ତାରେ ଭାଲୁର ରାଜୁତି। କୋରାପୁଟ ବୋରିଗୁମ୍ମା ବ୍ଲକ ମୁଞ୍ଜା-ଚୌପାଡି ରାସ୍ତାରେ ଦେଖିବାକୁ ମିଳଛି ଭାଲୁ। ଦିନ ବେଳା ଦୁଇଟି ଭାଲୁ ରାସ୍ତାରେ ବୁଲୁଥିବାର ଭିଡିଓ କ୍ୟାମେରାରେ କଏଦ ହୋଇଛି। ଯାହାକୁ ଦେଖିବା ପରେ ଲୋକଙ୍କ ମନରେ ଆତଙ୍କ ଖେଳିଯାଇଛି। ରାସ୍ତାରେ ଯିବାକୁ ସାହାସ ଜୁଟାଇ ପାରୁ ନାହାନ୍ତି କଟାହାଣ୍ଡି, ଘାଟଆଳଗୁଡ଼ା, ଚୌପାଡୀ ଗାଁର ଲୋକେ। ପିଲାମାନଙ୍କ ସ୍କୁଲ ଯିବା ବନ୍ଦ ହୋଇଯାଇଛି। ଭାଲୁ ଭୟରେ ସ୍କୁଲ ଯିବାକୁ ଡରୁଛନ୍ତି ପିଲା। ଏନେଇ ବନ ବିଭାଗକୁ ଖବର ଦିଆଯିବା ପରେ ବନ କର୍ମଚାରୀ ଭାଲୁଙ୍କ ଗତିବିଧି ଉପରେ ନଜର ରଖିଛନ୍ତି ।
କୋରାପୁଟ ବୋରିଗୁମ୍ମା ବ୍ଲକରେ ଭାଲୁ ଆତଙ୍କ । ରାସ୍ତାରେ ଜଗିଛି ଭାଲୁ, ଭୟରେ ସ୍କୁଲ ଯାଇପାରୁ ନାହାନ୍ତି ଛାତ୍ରଛାତ୍ରୀ ।
Advertisment
Follow Us