କନକ ବ୍ୟୁରୋ: ମୟୂରଭଞ୍ଜ ଖୁଣ୍ଟା ବଜାରରେ ଭାଲୁ ଆତଙ୍କ । ରାତିରେ ଲୋକଙ୍କ ଘର ପାଖରେ ଓ ରାସ୍ତାରେ ବୁଲୁଛି ଭାଲୁ । ଜଣେ ବ୍ୟକ୍ତିଙ୍କ ସିସିଟିଭିରେ କଏଦ ହୋଇଛି ଭାଲୁ ବୁଲିଥିବାର ଚିତ୍ର । ଭିଡିଓ ଦେଖିବା ପରେ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି ଲୋକେ । ଏନେଇ ବନ ବିଭାଗକୁ ଖବର ଦିଆଯାଇଥିଲେ ମଧ୍ୟ ଭାଲୁକୁ ଖୋଜିବାରେ ବିଫଳ ହୋଇଛନ୍ତି ବନ କର୍ମଚାରୀ । ଭାଲୁ ବୁଲୁଥିବାରୁ ଅନ୍ଧାର ହେଲେ ବାହାରକୁ ବାହାରିବାକୁ ଭୟ କରୁଛନ୍ତି ଲୋକେ ।