ମଣିଷ ପରି ଫୁଟବଲ ଖେଳିଲା ଭାଲୁ: ଭାଇରାଲ ହେଲା ଭିଡିଓ

152

କନକ ବ୍ୟୁରୋ: ଭାଲୁ ଖେଳୁଛି ଫୁଟବଲ । ଏହା କେଉଁ ଫିଲ୍ମର ଦୃଶ୍ୟ ନୁହେଁ ବାସ୍ତବ ଚିତ୍ର । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଂଚଳରେ । ଉମରକୋଟ ବ୍ଲକ ସୁକିଗାଁ ପଡ଼ିଆରେ ପ୍ରତିଦିନ ଭଳି ଆଜି ଗାଁ ପିଲାମାନେ ଫୁଟବଲ ଖେଳିବାକୁ ଯାଇଥିଲେ । ଏହି ସମୟରେ ହଠାତ ଦୁଇଟି ଭାଲୁ ଜଙ୍ଗଲରୁ ପଡିଆ ଭିତରକୁ ପ୍ରବେଶ କରିଥିଲେ । ପିଲାମାନେ ଭୟରେ ଫୁଟବଲକୁ ଛାଡି ପଳାଇଥିଲେ । ଫଳରେ ଦୁଇ ଭାଲୁ ଫୁଟବଲକୁ ନେଇ ଖେଳିବା ଆରମ୍ଭ କରିଦେଇଥିଲେ । ଯାହାର ଦୃଶ୍ୟ ଏବେ ଭାଇରାଲ ହେଉଛି ।