କନକ ବ୍ୟୁରୋ: ଘର ପାଖରେ ବୁଲୁଛି ଭାଲୁ । ଲୋକଙ୍କୁ ଦେଖି ଗୋଡେଇ କରୁଛି ଆକ୍ରମଣ । ବାଲେଶ୍ୱର ନିଳଗିରିରେ ଭାଲୁ ଆତାଙ୍କ ଖେଳାଇଛି । ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତିହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି ।

Advertisment

ନୀଳଗିରି ଉପଖଣ୍ଡ ବାଉଁଶବଣିଆ ପଞ୍ଚାୟତ ଟଣକା ଗାଁର ଲକ୍ଷ୍ମୀଧର ନାୟକଙ୍କୁ ଆକ୍ରମଣ କରିଥିଲା । ବାଡିକୁ ଦାନ୍ତକାଠି ଆଣିବାକୁ ଯାଇଥିବା ବେଳେ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା । ତେବେ ପାଳ ଗଦା ଉପରକୁ ଚଢି ଯାଇ ଲୁଚି ଯିବାରୁ ଲକ୍ଷ୍ମୀଧରଙ୍କ ଜୀବନ ବଂଚିଯାଇଛି । ଲକ୍ଷ୍ମୀଧରଙ୍କୁ ଆକ୍ରମଣ କରିବା ପରେ ଗାଁର ଅନ୍ୟ କେତେକ ଲୋକଙ୍କୁ ମଧ୍ୟ ଭାଲୁ ଗୋଡେଇ ଗୋଡେଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।