କନକ ବ୍ୟୁରୋ: ଘର ଭିତରେ ଭାଲୁ । ଫଳରେ ଗାଁ ଲୋକ ଭୟଭୀତ । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବଡ଼ଘୁମର ଗାଁ ଚାଉଲିଆ ପଡ଼ାରେ ଭାଲୁ ଆତଙ୍କ । କାରଣ ଭାଲୁ ଲୋକଙ୍କ ଘରେ ପଶିଯାଇଛି ।

Advertisment

ଲୋକଙ୍କ ଘର ଭିତରେ ପଶିଯାଉଛି ଭାଲୁ । ଫଳରେ ଗାଁ ଲୋକଙ୍କ ମଧ୍ୟରେ ଭୟ ଖେଳିଯାଇଛି । ଶୁକ୍ରବାର ଭାଲୁ ମେହରପଡ଼ାରେ ଜଣଙ୍କ ଘରେ ପଶିଥିଲା । ପୁଣି ଶନିବାର ମଧ୍ୟ ଗାଁ ମୁହାଁ ହୋଇଥିଲା ଭାଲୁ । ସ୍ଥାନୀୟ କୁମୁଡ଼ି ଡଙ୍ଗରରୁ ଭାଲୁ ଗାଁ ଆଡ଼କୁ ପଳାଇ ଆସୁଥିବା କୁହାଯାଉଛି । ସେହି ଡଙ୍ଗରରେ ଗୋଟିଏ ଭାଲୁ ପଲ ରହୁଛନ୍ତି । ଏଥିରେ ୧୦ଟି ଭାଲୁ ଅଛନ୍ତି, ଆଉ ସେଥିରୁ କେତୋଟି ଭାଲୁ ଗାଁ ଆଡ଼କୁ ପଳାଇଆସୁଥିବା ଗାଁ ଲୋକ କହିଛନ୍ତି । ସେପଟେ ବନବିଭାଗ ଭାଲୁଙ୍କ ଉପରେ ନଜର ରଖିଛି ।