କନକ ବ୍ୟୁରୋ : ମାଲକାନଗିରି ମାଥିଲିରେ ଭାଲୁ ଆତଙ୍କ । ଖଇରପୁଟ ବ୍ଲକ ଗୋବିନ୍ଦପାଲି ଏସସିଏସଟି ସ୍କୁଲ କ୍ୟାମ୍ପସରେ ଜଙ୍ଗଲ ପଟୁ ୩ଟି ଭାଲୁ ପଶିଥିବାର ଦେଖିବାକୁ ମିଳିଛି । ତେବେ କିଛି ଛାତ୍ର ଭାଲୁକୁ ଦେଖି ଘଉଡାଇବାକୁ ଉଦ୍ୟମ କରିଥିଲେ । ୩ଟି ଭାଲୁ ସ୍କୁଲ କ୍ୟାମ୍ପସରୁ ଗେଟ ଡେଇଁ ପଳାଉଥିବା ଦେଖିବାକୁ ମିଳିଛି ।
ତେବେ ଏହି ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।୩ ଭାଲୁ କ୍ୟାମ୍ପସରେ ପଶିଥିବା ବେଳେ ଏବେ ଛାତ୍ରଛାତ୍ରୀ ମାନେ ବାହାରକୁ ବାହାରିବାକୁ ଭୟ କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/10/Bear133-1280x720.jpg)