ସ୍କୁଲ ଭିତରେ ବୁଲୁଛି ଭାଲୁ । ଭୟଭୀତ ସ୍ଥାନୀୟ ଲୋକ

196

କନକ ବ୍ୟୁରୋ : ହାଇସ୍କୁଲ ପରିସରରେ ବୁଲୁଛି ଭାଲୁ । ଏହାକୁ ନେଇ ଲୋକେ ଭୟଭୀତ । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବହ୍ଲକ ଅନ୍ତର୍ଗତ ଦହଣା ସଦାଶିବ ହାଇସ୍କୁଲ ପରିସରରେ ଭାଲୁ ଟିଏ ଗତକାଲି ରାତିରୁ ପଶିବା ପରେ ଅଟକି ରହିଛି ।

ପୂର୍ବରୁ ରାତିରେ ଭାଲୁ ଏହିପରି ଅଂଚଳକୁ ଖାଦ୍ୟ ଅନ୍ୱେଷଣରେ ଆସିବା ପରେ ଚାଲି ଯାଉଥିଲା । ଏଥର ଭାଲୁ ଆସିବା ପରେ ହାଇସ୍କୁଲ ପରିସରରେ ଅଟକି ରହିଛି । ଭାଲୁ ପ୍ରବେଶ କରିବା ପରେ ପରେ ସ୍କୁଲ କର୍ତୃପକ୍ଷ ଓ ଗ୍ରାମବାସୀ ବନବିଭାଗକୁ ଖବର ଦେଇଛନ୍ତି ।

Comments are closed.