କନକ ବ୍ୟୁରୋ : ଯନ୍ତାରେ ଭାଲୁ । ମାଲକାନଗିରି ବାଲିମେଳା ନିକଟସ୍ଥ ଚିତ୍ରକୋଣ୍ଡାରେ କିଛି ଦିନ ହେବ ଆତଙ୍କ ଖେଳାଇ ଥିବା ଭାଲୁକୁ କାବୁ କରିଛି ବନ ବିଭାଗ । ଚିତ୍ରକୋଣ୍ଡା ଛକରେ ଥିବା ଏକ ହୋଟେଲ ସେଡ୍ ପାଖରେ ଖାଦ୍ୟ ଅନ୍ୱେଷଣ ଲାଗି ଆସିଥିବାବେଳେ ଭାଲୁଟି ଯନ୍ତାରେ ପଡିଥିଲା । ଭାଲୁଟି କାବୁ ହେବା ପରେ ତାକୁ ଚିତ୍ରକୋଣ୍ଡା ଜଙ୍ଗଲରେ ଛାଡି ଦେଇଛନ୍ତି ବନ ବିଭାଗ କର୍ମଚାରୀ । ଗତ ଗୋଟିଏ ମାସ ଧରି ବାଲିମେଳା ଓ ଏହାର ଆଖପାଖ ଅଂଚଳରେ ଆତଙ୍କ ଖେଳାଇ ଥିଲେ ୨ ରୁ ୩ଟି ଭାଲୁ ।
/kanak/media/post_attachments/wp-content/uploads/2019/09/bear2.png) ଭାଲୁକୁ କାବୁ କରିବା ଲାଗି ଗତ ଦୁଇ ସପ୍ତାହ ଧରି ନାକେ ଦମ୍ ହୋଇଥିଲା ବନବିଭାଗ । ଶେଷରେ କାବୁ କରିବାକୁ ଯନ୍ତା ବସାଇଥିଲା । ତେବେ ଭାଲୁ ଧରାପଡିବା ପରେ ସ୍ଥାନୀୟ ଅଂଚଳର ଲୋକେ ଭାଲୁକୁ ଦେଖିବା ପାଇଁ ଭିଡ ଜମାଇଥିଲେ । ଗତ କିଛିଦିନ ହେବ ବନ୍ୟଜନ୍ତୁ କହିବାକୁ ଗଲେ ଭାଲୁ ରାସ୍ତା ଉପରେ ବୁଲୁଥିଲେ । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଖେଳିଯାଇଥିଲା । ହେଲେ ଭାଲୁକୁ ଧରିବା ପରେ ସାମାନ୍ୟ ଡର ଲୋକଙ୍କ ମନରୁ କମିଥିବା ଦେଖିବାକୁ ମିଳିଛି ।
ଭାଲୁକୁ କାବୁ କରିବା ଲାଗି ଗତ ଦୁଇ ସପ୍ତାହ ଧରି ନାକେ ଦମ୍ ହୋଇଥିଲା ବନବିଭାଗ । ଶେଷରେ କାବୁ କରିବାକୁ ଯନ୍ତା ବସାଇଥିଲା । ତେବେ ଭାଲୁ ଧରାପଡିବା ପରେ ସ୍ଥାନୀୟ ଅଂଚଳର ଲୋକେ ଭାଲୁକୁ ଦେଖିବା ପାଇଁ ଭିଡ ଜମାଇଥିଲେ । ଗତ କିଛିଦିନ ହେବ ବନ୍ୟଜନ୍ତୁ କହିବାକୁ ଗଲେ ଭାଲୁ ରାସ୍ତା ଉପରେ ବୁଲୁଥିଲେ । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଖେଳିଯାଇଥିଲା । ହେଲେ ଭାଲୁକୁ ଧରିବା ପରେ ସାମାନ୍ୟ ଡର ଲୋକଙ୍କ ମନରୁ କମିଥିବା ଦେଖିବାକୁ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/09/bear1.png)