ରାଜ୍ୟର ୨ଟି ବେଳାଭୂମିରେ ନିର୍ମାଣ ହେବ ବିଚ୍ ସେକ । ଗୋପାଳପୁର ଓ ସୋନପୁର ବେଳାଭୂମିରେ ଗୋଆର ଅନୁଭବ କରିବେ ପର୍ଯ୍ୟଟକ

765

କନକ ବ୍ୟୁରୋ: ରାଜ୍ୟର ୨ଟି ବେଳାଭୂମିରେ ନିର୍ମଣ ହେବ ବିଚ ସେକ । ଏଥିଲାଗି ଆରମ୍ଭ ହୋଇଛି ଜାଗା ଚିହ୍ନଟ ପକ୍ରିୟା । ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ଥାନ ଚିହ୍ନଟ ହୋଇଛି । ଗୋଆ ଭଳି ବେଳାଭୂମିର ମୁକ୍ତ ଆକାଶ ତଳେ ପର୍ଯ୍ୟଟକ ବିଦେଶୀ ପାନୀୟ ମଜା ନେବେ । ବିଦେଶୀ ପର୍ଯ୍ୟଟକ ଓ ରାଜ୍ୟ ବାହର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏକ ନିଆରା ପ୍ରୟାସ ।

ଗୋପାଳପୁର ଓ ସୋନପୁର ବେଳାଭୂମିରେ ହେବ ବିଚ ସେକ । ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ଥାନ ଚିହ୍ନଟ କରାଯାଇଛି । ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଗୋଆ ଭଳି ଏଠାରେ ମଧ୍ୟ ପର୍ଯ୍ୟଟକ ବେଳାଭୂମିର ମୁକ୍ତ ଆକାଶ ତଳେ ବସି ସମୁଦ୍ର ମାଛ ଖାଇବା ସହ ବିଦେଶୀ ପାନିୟର ମଜା ନେବେ । ଗୋପଳପୁରରେ ୫ଟି କୁଡ଼ିଆ ହେବାକୁ ଥିବା ବେଳେ ସୋନପୁରରେ ହେବ ୨ଟି କୁଡ଼ିଆ ।

ପୂର୍ବରୁ ଗୋପାଳପୁରକୁ ବହୁ ବିଦେଶୀ ପର୍ଟ୍ୟଟକ ଆସୁଥିଲେ । କିନ୍ତୁ ଗତ ୧୦ରୁ ୧୫ ବର୍ଷ ହେବ ବିଦେଶୀ ପର୍ଯ୍ୟଟକଙ୍କ ଦେଖାନାହିଁ । ସେତିକି ନୁହେଁ ଗଂଜାମ ଜିଲ୍ଲାର ପର୍ଯ୍ୟଟକ ଗୋପାଳପୁରକୁ ଛାଡି ବାହାର ରାଜ୍ୟର ବେଳାଭୂମିକୁ ଯାଉଥିବା ଦେଖିବାକୁ ମିଳୁଛି । ତେଣୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଗୋପାଳପୁର ବେଳାଭୂମିରେ ପର୍ଯ୍ୟଟକଙ୍କୁ ମିଳିବ ଗୋଆର ଅନୁଭବ । ସମୁଦ୍ରରେ ଗାଧୋଇବା ସହ ସି-ଫୁଡ ଓ ଅନ୍ୟ ସବୁ ସୁବିଧା ପାଇପାରିବେ ପର୍ଯ୍ୟଟକ ।