ହୋଟେଲର ଏହି ୧୦ଟି ଖାଦ୍ୟ ଆପଣଙ୍କ ପାଇଁ ହୋଇପାରେ କ୍ଷତିକାରକ : ଜାଣନ୍ତୁ କଣ ଓ ତା’ର କୁପ୍ରଭାବ ବିଷୟରେ ।

95

ମୁହଁର ସ୍ୱାଦ ବଦଲାଇବା ପାଇଁ କିମ୍ବା କୈାଣସି ଉତ୍ସବ ପାଳନ କଲେ, ଲୋକ ଘରେ ରୋଷେଇ ହୋଇଥିବା ଖାଦ୍ୟ ଖାଇବା ପରିବର୍ତ୍ତେ ହୋଟେଲରେ ଖାଇବାକୁ ବେଶୀ ପସନ୍ଦ କରନ୍ତି । ଏମିତି ନୁହେଁ କି ହୋଟେଲ ଭଳି ଖାଇବା ଘରେ ତିଆରି ହୋଇପାରିବନି, କିନ୍ତୁ ମୁଡକୁ ସତେଜ କରିବା ପାଇଁ ଲୋକ ହୋଟେଲ ଯିବାକୁ ଉଚିତ ମନେ କରନ୍ତି । ଆପଣ ମଧ୍ୟ ହୋଟେଲ ଯାଉଥିବେ । ଗୋଟିଏ ଜିନିଷ ଉପରେ ଆପଣ କେବେ ଧ୍ୟାନ ଦେଇଛନ୍ତି ? ଏହା କି ଆପଣ ହୋଟେଲକୁ ଗଲେ ଯାହା କିଛି ବି ଖାଇବାକୁ ପ୍ରସ୍ତୁତ ଥାଆନ୍ତି, ତାହା ଶରୀର ପାଇଁ ସ୍ୱାସ୍ଥ୍ୟକର ହେଉ ବା କ୍ଷତିକାରକ ହେଉ, ଆପଣଙ୍କୁ କିଛି ଫରକ ପଡେନି । ଯେତେବେଳେ ଆପଣଙ୍କ ଦେହ ଖରାପ ହୁଏ ଓ ଆପଣ ଡାକ୍ତର ପାଖକୁ ଯାଆନ୍ତି, ସେତେବେଳେ ଆପଣଙ୍କୁ ମନେ ପଡେ । ହୋଟେଲରେ ପେଟପୂରା ଖାଆନ୍ତୁ, ଯେମିତି ଡାକ୍ତରଙ୍କ ପାଖକୁ ଦୈାଡିବାକୁ ପଡିବନି । ଯେବେ ବି ହୋଟେଲ ଯାଉଛନ୍ତି, ଏହି ୧୦ଟି ଖାଦ୍ୟ କେବେ ଖଆନ୍ତୁନି ।

ବ୍ରେଡ ବାସ୍କେଟ : ଯେତେବେଳେ ସାଙ୍ଗରେ ଛୋଟ ଛୋଟ ପିଲା ଥାଆନ୍ତି, ତେବେ ଏହି ପ୍ରକାରର ଖାଦ୍ୟ ଉପରେ ଜୋର ଦିଅନ୍ତି । ତେବେ ଏସବୁ ଖାଦ୍ୟରୁ ସାବଧାନ ରୁହନ୍ତୁ, ଏମିତି ଖାଦ୍ୟ ବାସି ଥାଏ ।

ଘର ଭଳି ଖାଦ୍ୟ : ଘର ଭଳି ଖାଦ୍ୟ ଖାଇବା ପାଇଁ ଆପଣ ହୋଟେଲ ଯାଆନ୍ତିନି, କିନ୍ତୁ କିଛି ଲୋକ ଅଛନ୍ତି ହୋଟେଲରେ ଘର ଭଳି ଖାଦ୍ୟ ଅର୍ଡର କରିଥାଆନ୍ତି । ଘର ଭଳି ଖାଦ୍ୟ କେବଳ ଘରେ ହି ତିଆରି ହୋଇପାରେ, ହୋଟେଲରେ ତାହା ଅସ୍ୱାସ୍ଥ୍ୟକର ଥାଏ ।

ସସ୍ ରେ ତିଆରି ଖାଦ୍ୟ : ହୋଟେଲ ଗୁଡିକରେ ସସ୍ ଅଧିକ ମାତ୍ରାରେ ଥାଏ । ତାଜା ଓ ବାସି ସସ୍ ମିଶେଇକି ରଖନ୍ତି ଓ ତାହା ଶରୀର ପାଇଁ ଠିକ ନୁହେଁ ।

ସାଧା ପାଣି : ହୋଟେଲର କର୍ମଚାରୀଙ୍କୁ ଜଣାଥାଏ ଯେ ଲୋକମାନେ ସାଧାରଣତଃ ପ୍ୟାକେଟ ସିଲ ଥିବା ପାଣି ପିଅନ୍ତି । ଏମିତିରେ ସେମାନଙ୍କ ପାଖରେ ଫିଲ୍ଟର ବି ନଥାଏ । ସେଥିପାଇଁ ଭୁଲରେ ବି ରେଗୁଲାର ପାଣି ଅର୍ଡର କରନ୍ତୁନି ।

ପିଜ୍ଜା : ଯେଉଁ ହୋଟେଲ ମିଲ ଖାଇବା ପାଇଁ ଥାଏ, ସେଠି ପିଜ୍ଜାର ବ୍ରେଡ ଉପଯୋଗରେ ଆସେନି । ତେବେ ସେମାନେ ବାସି ବ୍ରେଡକୁ ବି ପିଜ୍ଜା ତିଆରିରେ ବ୍ୟବହାର କରନ୍ତି । ସେଥିପାଇଁ ହୋଟେଲରେ ପିଜ୍ଜାର ଅର୍ଡର ଦିଅନ୍ତୁନି ।

ଏକଜୋଟିକ ସି ଫୁଡ : ଯଦି କୈାଣସି ହୋଟେଲ ସି ଫୁଡ ତିଆରି କରୁନି, ତେବେ ସେଠି ଅର୍ଡର କରନ୍ତୁନି । ଆପଣଙ୍କ ଡିମାଣ୍ଡରେ ସେମାନେ ଆପଣଙ୍କୁ କିଭଳି ଖାଦ୍ୟ ପରଶିବେ, ତାହା ଆପଣ ଜାଣିପାରିବେନି ।

ହୋଟଲ ସ୍ପେଶାଲ ଫୁଡ : ହୋଟେଲ ଏହି ଖାଦ୍ୟକୁ ବହୁତ ଅଧିକ ତିଆରି କରି ରଖିଥାଏ । ଯେବେ କେହି ଏହାର ଅର୍ଡର ଦିଅନ୍ତି, ତେବେ ସେମାନେ ଏହାକୁ ବାରମ୍ବାର ଗରମ କରିକି ଲୋକଙ୍କୁ ଦିଅନ୍ତି । ଏହାଦ୍ୱାରା ଖାଦ୍ୟ ବିଷାକ୍ତ ହୋଇଥାଏ ।

ଆଇସକ୍ରିମ : ହୋଟେଲରେ ତିଆରି ଆଇସକ୍ରିମକୁ ଖାଇବା ଉଚିତ ନୁହେଁ, ଏଥିରେ ବ୍ୟାକ୍ଟେରିଆର ମାତ୍ରା ଅଧିକ ଥାଏ । ଆପଣ ରୋଗରେ ପଡିପାରନ୍ତି ।

ଡିଜର୍ଟ : ଖାଇବା ପରେ ଡିଜର୍ଟ ଖାଇ ମୁହଁର ସ୍ୱାଦ ବଦଲାଇବା ଭଲ , କିନ୍ତୁ ହୋଟେଲରେ ଠିକ ପ୍ରକାରରେ ଫ୍ରିଜରେ ରଖାଯାଇନଥାଏ । ଯଦ୍ୱାରା ବ୍ୟାକ୍ଟେରିଆ ସଂକ୍ରମଣ ହେବାର ମାତ୍ରା ଅଧିକ ଥାଏ ।

ଭେଜ ଥାଳି : ଯଦି ଆପଣ ଶାକାହାରୀ ଖାଦ୍ୟ ଖାଉଛନ୍ତି , ତେବେ ନନଭେଜ୍ ହୋଟେଲକୁ ଯାଆନ୍ତୁନି । କାରଣ ତାଙ୍କ କିଚେନରେ ସବୁ ଏକା ସାଥିରେ ରୋଷେଇ ହୋଇଥାଏ । ହୋଇପାରେ ଆପଣଙ୍କ ଖାଦ୍ୟରେ ବି ସେହି ଚାମଚର ବ୍ୟବହାର ହୋଇଥିବ, ଯାହା ଚିକେନରେ ପଡିଥିବ । ତେବେ, ଯେବେବି ହୋଟେଲ ଯିବେ ଏହା ଉପରେ ବିଶେଷ ଧ୍ୟାନ ଦେବେ ।